କାଠ ମାଫିଆଙ୍କ ଶନିଦଶା !
ଲକ୍ଷାଧିକ ଟଙ୍କାର କାଠ ଜବତ କଲା ବନବିଭାଗ |
ନୂଆଗାଁ : 16/10/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମହିପୁରୁ ବନାଞ୍ଚଳରେ ବିଭାଗକୁ ବଡ଼ ସଫଳତା | ଗୁମୀ ଫରେଷ୍ଟର ବନମାଳୀ ରାଉତଙ୍କ ନେତୃତ୍ୱରେ ବନବିଭାଗ ଦୁଇ ଦିନରେ ଲକ୍ଷାଧିକ ଟଙ୍କାର ଶାଳ ଓ ଶାଗୁଆନ କାଠ ଜବତ କରିଛି ।
ସୂଚନା ଅନୁସାରେ , ଦଶହରା ଓ ଝିପିଝିପି ବର୍ଷାର ସୁଯୋଗ ନେଇ କାଠ ମାଫିଆ ଉକ୍ତ କାଠ ଚାଲାଣ କରୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡିଛି | ସୂଚନା ପାଇ ବନ ବିଭାଗ କାଠକୁ ଜବତ କରିଥିଲା | ଦୁରୁଙ୍ଗୀ ଜଙ୍ଗଲ ଓ ଭଗବତୀ ଡିପିଏଫ ଅଂଚଳରୁ ଦୁଇଦିନରେ ଲଖ୍ୟାଧୀକ ଟଙ୍କାର କାଠ ଜବତ କରିଥିବା ରୁ କାଠ ମାଫିଆ ଜଙ୍ଗଲ କୁ ପାଦ ଦେବାକୁ ଭୟ କଲେଣି ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି ।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!