ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା :12/06/2022(ରିପୋର୍ଟ : ସୁବାଷ ଚନ୍ଦ୍ର ବାରିକ): ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ , ଭୋଗବାଡି ଗ୍ରାମପଂଚାୟତର,ଆଦିବାସୀ ଅଧ୍ୟୁଷିତ ବୁଲୁଣ୍ଡା ଗ୍ରାମରେ ଚାଲିଥିବା କ୍ରୀକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ଉତ୍ସବରେ ,ମୂଖ୍ୟ ଅତିଥି ଭାବରେ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ, ବି.ଜେ.ଡି ଉପ ସଭାପତି ପ୍ରଦୋଶ କୁମାର ଜେନା , ଭୋଗବାଡ଼ି ଗ୍ରାମପଂଚାୟତର ସରପଞ୍ଚ ନିର୍ମଳା ସାହୁ , ସମିତି ସଭ୍ୟ ଉପେନ୍ଦ୍ର ମଳିକ,ତଥା ଅଗ୍ରଣୀ ଯୁବ ସଂଗଠକ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ନାୟକ ଖେଳାଳି ମାନକଂ ମନୋବଳକୁ ହୃଢ଼ କରି ସ୍ବାଭିମାନ ର ସହିତ , ଖେଳୁଆଡ଼୍ ମନୋବୃତ୍ତି ରଖି ସମସ୍ତ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ପ୍ରାପ୍ତ ହେବ ବୋଲି କହିଥିଲେ ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |