ସମ୍ବାଦ ସାହିତ୍ୟ ଘର ବୈଠକ ସହ ବନ ମହୋତ୍ସବ ପାଳନ ।
ନୂଆଗାଁ : 05/07/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ନୂଆଗାଁ ଡିଗ୍ରୀ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ବିଭିନ୍ନ ପ୍ରକାରର ଫୁଲ ଗଛ ସହ ଆକାସିଆ, ଚନ୍ଦନ ଭଳି ଔଷଧୀୟ ଗଛ ଲଗାଯାଇଥିଲା | ଏଥୀରେ ସମ୍ବାଦ ସାହିତ୍ୟ ଘର ସଭାପତି ମଦନ ମୋହନ ପ୍ରଧାନ , ଉପସଭାପତି ଗୋଲଖ ବିହାରୀ ଗୋଛୟତ ,ମହିତମା ବନପାଳ ରାକେଶ କୁମାର ସାହୁଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦେଇଥୀଲେ | ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ । ନୂଆଗାଁ ସମ୍ବାଦ ପ୍ରତିନିଧି ସୁନିଲ କୁମାର ଖଣ୍ଡୁଆଳ କହିଛନ୍ତି ଯେ, ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମିତି ନ ରଖି ପ୍ରତେକ ମାସରେ ଗଛଲଗା କାର୍ଯ୍ୟ କ୍ରମ ଚାଲୁରହିବ |
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ