NK NEWS ODISHA

News agency Odisha

ରୁଦା ମଲିକ ହେଲେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ।

Ruda Malik became the president of the Kandhamal District Congress.
Spread the love

ରୁଦା ମଲିକ ହେଲେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ।

କନ୍ଧମାଳ : 06/11/2021(ରିପୋର୍ଟ :ରତ୍ନାକର ହୋତା ): ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ରୁଦା ମଲିକ କଂଗ୍ରେସ କନ୍ଧମାଳ ଜିଲ୍ଲା ସଭାନେତ୍ରୀଭାବେ ମନୋନୀତ ହୋଇଛନ୍ତି । ଏହି ଘୋଷଣା କରିଛନ୍ତି ରାଜ୍ୟ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ବନ୍ଦିତା ପରିଡ଼ା ।

ରୁଦା ଦାରିଙ୍ଗବାଡ଼ି ତଥା କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳ ପାଇଁ କାମ କରିବା ଓ ଅଞ୍ଚଳରେ କଂଗ୍ରେସର ପତିଆର ସୃଷ୍ଟି କରେଇବାରେ ତାଙ୍କର ଭୂମିକା ରହିଛି । ଏପରିକି ଆଗାମୀ ଦିନରେ ଜିଲ୍ଲାରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରହିଥିବା ରୁଦା ମଳିକ ମତ ପ୍ରକାଶ କରିଛନ୍ତି ।

ରୁଦାଙ୍କୁ ଜିଲ୍ଲା ସଭାନେତ୍ରୀଭାବେ ଘୋଷଣା କରିବା ପରେ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବନ୍ଦିତା ପରିଡ଼ା , ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଜିଲ୍ଲାର କଂଗ୍ରେସ କର୍ମୀମାନେ ରୁଦା ମଲିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

%d