ବାଲିଆପଦା ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବାଲିଆପଦା ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ |

Review meeting of the women's self-help group at Baliapada
Spread the love
ADVERTISEMENT
ADVERTISEMENT

ବାଲିଆପଦା ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ |

କଟକ: 12/12/2021(ରିପୋର୍ଟ: ଅକ୍ଷୟ କୁମାର ସିଂହ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ବାଲିଆପଦା ଠାରେ ମିଶନଶକ୍ତି ପକ୍ଷରୁ ପଞ୍ଚାୟତ ଏସଏଚଜି ଫେଡେରେସନ ଦ୍ୱାରା ଏକ ସମୀକ୍ଷା ବୈଠକକୁ ଆଇନିମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ | ନିଶ୍ଚି୍ତକୋଇଲି ବ୍ଲକ୍ ବିଡ଼ିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସଭାପତିତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ସମୀକ୍ଷା ବୈଠକରେ 80ରୁ ଉର୍ଦ୍ଧ୍ଵ ଗ୍ରୁପ୍ ଯୋଗଦେଇଥିଲେ |

ADVERTISEMENT

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ମହିଳା ମାନେ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ମହିଳାମାନଙ୍କ ଆର୍ଥିକ ବିକାଶ ଦ୍ୱାରା ସାମାଜିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ କହିଥିଲେ |

ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ସବିତା ଓଝା, ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତନ୍ମୟ ମହାନ୍ତି, ସିଡିପିଓ ଲୀଳାବତୀ ସେଠୀ,ସ୍ଥାନୀୟ ସରପଞ୍ଚ କୈଳାଶ ସାମନ୍ତରାୟ , ବିଜେଡ଼ି ଯୁବନେତା ଅଶୋକ କୁମାର ଓଝା , ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ୍ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥି ଉତ୍ସବରେ 9 ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଳ୍ପ ସୁଧରେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ୠଣ ସହାୟତା ପ୍ରଦାନ କରାଯିବା ଦେଖିବାକୁ ମିଳିଥିଲା | କାର୍ଯ୍ୟକ୍ରମରେ 1 ହଜାରରୁ ଉର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିଲେ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: