ହକିରୁ ଅବସର ନେଲେ ଟୋକିଓ ଅଲମ୍ପିକ ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ହକିରୁ ଅବସର ନେଲେ ଟୋକିଓ ଅଲମ୍ପିକ ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା |

Retired from hockey, Tokyo Olympic bronze medalist Birendra Lakra
Spread the love
ADVERTISEMENT
ADVERTISEMENT

ହକିରୁ ଅବସର ନେଲେ ଟୋକିଓ ଅଲମ୍ପିକ ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା |

ଭୁବନେଶ୍ୱର: 30/09/2021(ବ୍ୟୁରୋ ): ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା ହକିରୁ ଅବସର ନେଇଛନ୍ତି । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଘୋଷଣା କରାଯାଇଛି । 31ବର୍ଷୀୟ ଲାକ୍ରା 201ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ADVERTISEMENT

ସେ ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି । ସେ 2012 ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ 2016 ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ । କିନ୍ତୁ ଆହତ କାରଣରୁ ସେ ମଇଦାନକୁ ଓହ୍ଲାଇ ପାରିନଥିଲେ । ତେବେ 2021 ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା । ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି 41ବର୍ଷର ଅପେକ୍ଷାର ଅନ୍ତଃ ଘଟାଇଥିଲେ |

ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (2014) ଓ ଥରେ ବ୍ରୋଞ୍ଜ (2018) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ 2013 ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (2016 ରେ ସ୍ୱର୍ଣ୍ଣ ଓ 2021ରେ ରୌପ୍ୟ), 2014 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: