ବିପଦରେ ବନ୍ୟପ୍ରାଣୀ , ମାରିଦେଲେ ସମ୍ବର , ଜଣେ ଗିରଫ
ବଉଦ୍ :17/07/2021(ରିପୋର୍ଟ :ରତ୍ନାକର ହୋତା): ବିପଦରେ ବନ୍ୟପ୍ରାଣୀ । ସାରାରାଜ୍ୟରେ ଚାଲିଛି ବନ୍ୟପ୍ରାଣୀ କଂ ଅବାଧ ଶୀକାର । ବଉଦ୍ ଜିଲ୍ଲା ପୁରୁଣାକଟକ ରେଞ୍ଜର ସଦଳବଳେ ଚଢ଼ାଉକରି 25 କେଜି ସମ୍ବର ମାଂସ ଜବତ କରିବା ସହ ଜଣକୁ ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ , ହେଲେ ଝାରଖମର ଗାଁର ସନ୍ତୋଷ କୁମାର ସାହୁ । ସୂଚନା ଅନୁଯାୟୀ ଭୋରରୁ ଝାରଖମଣ ଗାଁରେ ସନ୍ତୋଷ ନିଜ ଘରେ ସମ୍ବର ମାଂସ ପଲିଥିନରେ ବାନ୍ଧି ବିକ୍ରି କରୁଥିବା ନେଇ ବନ ବିଭାଗ ଖବର ପାଇଥିଲା । ବଉଦ୍ ବନ ସଂରକ୍ଷକଙ୍କ ନେତୃତ୍ୱରେ ପୁରୁଣାକଟକ ରେଞ୍ଜ କର୍ମଚାରୀ ମିଳିତ ଭାବେ ସନ୍ତୋଷଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସନ୍ତୋଷ ପ୍ରାୟ 50ରୁ ଉର୍ଦ୍ଧ୍ୱ ମାଂସ ପଲିଥିନ ପୁଡ଼ିଆ ଜବତ କରିଛି । ତେବେ ସନ୍ତୋଷକୁ ଗିରଫ କରିବା ପରେ ସେ ସମ୍ବର ଶିକାର କରିଥିବା ଶିକାରୀର ନାମ ପ୍ରକାଶ କହିଥିଲା । ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।
More Stories
ପଞ୍ଜାବରେ ଇଣ୍ଟରନେଟ୍ ବନ୍ଦ , ଧାରା 144 ଲାଗୁ !
କୋରାପୁଟ ଜିଲ୍ଲାର ବନ ରେଞ୍ଜ ଅଧିକାରୀଙ୍କୁ ଓଡିଶା ଭିଜିଲାନ୍ସର ଚଢାଉ !
ମନୀଷ ସିସୋଡିଆଙ୍କ ରିମାଣ୍ଡ ବୃଦ୍ଧି !