ବନ୍ଦ ଥିବା କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନକୁ ଖୋଲିବାପାଇଁ ଅଞ୍ଚଳବାସୀଙ୍କ ଦାବି !
କଟକ : 25/10/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତର ନବନିର୍ମିତ କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ ଲକ୍ ଡାଉନ୍ ଦିନରୁ ଦିର୍ଘ ଛଅମାସ ହେବ ବନ୍ଦ ହୋଇପଡିଛି। ଯେଉଁ ଉଦ୍ୟାନକୁ ନେଇ ଅସୁରେଶ୍ଵର ସରପଞ୍ଚ ବାହାବାହା ନେଉଥିଲେ ଓ ସ୍ଥାନୀୟ ବିଧାୟକ ତଥା ଆଇନ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବହୁ ସମୟ ଗ୍ରସ୍ତ ସମୟରେ ଲୋକ ମାନଙ୍କ ସହିତ ଏହି ଉଦ୍ୟାନରେ ସମୟ କଟାଉଥିବା ଦେଖିବାକୁ ମିଳୁଥିଲା | କିନ୍ତୁ ସେହି ଉଦ୍ୟାନ ଆଜି କଣ ପାଇଁ ଏତେଦିନ ହେବ ବନ୍ଦ ପଡ଼ିଛି ବୋଲି ଏବେ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଲକ୍ ଡାଉନ୍ ରେ ବନ୍ଦ ହୋଇଥିବା ସମସ୍ତ ପାର୍କ ବା ଉଦ୍ୟାନକୁ ଖୋଲିବା ନିମନ୍ତେ ଗତ ଅଗଷ୍ଟ 1 ତାରିଖରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦୀର୍ଘ ତିନିମାସ ବିତିଗଲାଣି ତଥାପି କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ ଖୋଲୁ ନାହିଁ।
ସରକାରଙ୍କ ନିର୍ଦ୍ଦେଶକୁ ଏଠି ସ୍ଥାନୀୟ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅବମାନନା କରିଥିବା ଦେଖିବାକୁ ମିଳିଛି।ପ୍ରତ୍ୟେକ ଦିନ ଏହି ଉଦ୍ୟାନକୁ ବୁଲିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରୁ ଅବିଭାବକଙ୍କ ସହିତ କୁନିକୁନି ପିଲା ଏବଂ ଛାତ୍ରଛାତ୍ରୀ ମାନେ ଆସୁଛନ୍ତି | କିନ୍ତୁ ବନ୍ଦଥିବାରୁ ବାଧ୍ୟହୋଇ ନିରାଶରେ ଫେରୁଥିବାର ଦେଖିବାକୁ ମିଳୁଛି।
ଉଦ୍ୟାନଟି ବନ୍ଦ ହେବା କାରଣରୁ ଉଦ୍ୟାନ ରେ ଲାଗିଥିବା ପିଲାଙ୍କ ପାଇଁ ବ୍ୟାୟାମ ସରଞ୍ଜାମ, ଦୋଳି ଆଦି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଏହି ଉଦ୍ୟାନରେ ଦିନକୁଦିନ ବନ୍ଦ ଥିବା କାରଣରୁ ରାତିରେ ଉଦ୍ୟାନର ପାଚେରି ଡେଇଁ ନିଶାଡି ମାନେ ମଦ ଗଞ୍ଜେଇ ଆଦି ସେବନ କରୁଥିବାର ଦେଖିବାକୁ ମିଳୁଛି। ଏହି ଉଦ୍ୟାନଟିକୁ ତୁରନ୍ତ ଖୋଲିବା ନିମନ୍ତେ ଅଞ୍ଚଳବାସୀ ସମେତ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରିଛନ୍ତି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …