କାର୍ଗିଲ ବିଜୟ ଦିବସରେ ମା ଖୋଜୁଛି ସହିଦ ବୀର ପୁଅକୁ
ନିଶ୍ଚିନ୍ତକୋଇଲି : 26/07/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଆଜକୁ ବାଇଶି ବର୍ଷ ତଳେ 26/7/1999 ରେ ସବୁଜ ସୁନ୍ଦର ଭାରତ ମାଆ କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା କେବଳ ନିଜ ବୀର ସନ୍ତାନଙ୍କ ବଳିଦାନ ଓ ସତସାହସ ଭରା ଲଢେଇ ପାଇଁ l ମା’ ମାତୃକା ସେବାରେ ସହିଦ ହେବାକୁ ପଛlଇ ନଥିବା ସେହି ଅମର, ବୀର ମହାତ୍ମାଙ୍କୁ ଆଜି ବି ମନେ ରଖିଛି ଏ ଭାରତବର୍ଷ l କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସନ୍ତାନଙ୍କ ମଧ୍ୟରୁ ନିଶ୍ଚିନ୍ତ କୋଇଲି ବ୍ଲକ ଜନାର୍ଦନ ପୁରର ଗୋପୀନାଥ ମହାରଣା ଅନ୍ୟତମ l
ଆଜି କାର୍ଗିଲ ଯୁଦ୍ଧ ରେ ଏହି ଯୋଗଜନ୍ମାଙ୍କ ଘରକୁ ଯାଇ ତାଙ୍କ ମା, ଭାଇ ଓ ବଡ ମା’ ଙ୍କ ପ୍ରତିକ୍ରିୟା ନେବାବେଳେ ପୁଅ ସ୍ମୁତି କୁ ମନେ ପକେଇ ଭାବ ବିହ୍ଵଳ ହେଇଥିଲେ ତାଙ୍କ ପରିବାର l
କାନ୍ଦି ପକାଇ ଥିଲେ ତାଙ୍କ ମା, ଆମ ସାମ୍ନାରେ ତାଙ୍କ ଭାବ ବିହ୍ଵଳ କଥା ଯେମିତି କହିଯାଉଥିଲା ମା’ ହୃଦୟର ବେଦନାର ଦୁଖଃଭାରl କଥା l ଅନ୍ୟପଟରେ ସହିଦ ଗୋପୀନାଥ ମହାରଣାଙ୍କ ବଡ ମା’ ତାଙ୍କୁ ପିଲାଟି ବେଳରୁ ପାଳି ଆସିଥିଲେ l ସେ ବାର୍ଦ୍ଧକ୍ୟବସ୍ଥା ଯୋଗୁଁ ଚାଲି ବୁଲି ପରୁନଥିବା ବେଳେ ସେମିତି ବସିରହି ଆମ ସାମ୍ନାରେ କହିଥିଲେ ଯେ ତାଙ୍କରି କୋଳରେ ଗୋପୀନାଥଙ୍କ ବାଲ୍ୟବସ୍ଥା ବିତିଥିଲା |
ଅତ୍ୟନ୍ତ ଭାବ ବିହ୍ଵଳ ହୋଇପଡିଥିଲେ ସେ l ବୀର ଗୋପୀନାଥ ଙ୍କୁ ହରେଇବାର ଯନ୍ତ୍ରଣା ରେ ସେ ଭାଂଗିପଡ଼ିଥିଲେ l ଆଜକୁ ବାଇଶି ବର୍ଷ ହେବ ସେ ନିଜ ପୁଅ ବାଟ କୁ ଆପେକ୍ଷl କରିଛନ୍ତି l
ତାଙ୍କୁ ଦେଖିଲେ ଯେମିତି ଲାଗୁଥିଲା ମା ମନ ଆଜି ବି ବୁଝୁନି ଯେ ଅଫେରା ରାଇଜକୁ ତା ବୀର ସନ୍ତାନ ଚାଲିଯାଇଥିଲା ବୋଲି l
ଏବେବି ଅପେକ୍ଷା କରିଛି ମା, ସତରେ ଫେରିବକି ତା ବୀର ସନ୍ତାନ!
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ