Registration for juvenile immunization begins today, so you can register

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କିଶୋରମାନଙ୍କ ଟୀକାକରଣ ପାଇଁ ଆଜିଠୁ ପଞ୍ଜିକରଣ ଆରମ୍ଭ, ଏହିପରି କରିପାରିବେ ରେଜିଷ୍ଟ୍ରସନ୍ |

Representive image.

vaccination registration process will begin in the New Year.
Spread the love
ADVERTISEMENT
ADVERTISEMENT

କିଶୋରମାନଙ୍କ ଟୀକାକରଣ ପାଇଁ ଆଜିଠୁ ପଞ୍ଜିକରଣ ଆରମ୍ଭ, ଏହିପରି କରିପାରିବେ ରେଜିଷ୍ଟ୍ରସନ୍ |

ନୂଆଦିଲ୍ଲୀ: 01/01/2022(ବ୍ୟୁରୋ): ନୂଆବର୍ଷରେ ଆରମ୍ଭ ହେବ କିଶୋରମାନଙ୍କ ଟୀକାକରଣ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା। ଆସନ୍ତା 3 ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ 15-18 ବର୍ଷ ବୟସଙ୍କୁ କୋଭିଡ୍ ଟିକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ କୋ ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ । 15ରୁ 18 ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା ଦେବାକୁ ଅପସନ୍ ରହିଛି । ଘରେ ବସି ସ୍ଲଟ୍ ବୁକିଂ କରିପାରିବେ ।

ADVERTISEMENT

15 ବର୍ଷରୁ 18ବର୍ଷ ପିଲା ଟିକା ନେବାକୁ ଆଜିଠାରୁ କୋ ଓ୍ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବେ । ଯେଉଁମାନେ 2007 କିମ୍ବା ତାପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି, ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ। ସେମାନେ ଆଧାର କାର୍ଡ ଜରିଆରେ ପଞ୍ଜିକରଣ କରିପାରିବେ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନେ ଛାତ୍ର ପରିଚୟପତ୍ର ଦେଇ ରେଜିଷ୍ଟ୍ରେସନ୍ କରିପାରିବେ ।

ସରକାରୀ ଟିକାକରଣ କେନ୍ଦ୍ରରେ ପିଲାମାନଙ୍କୁ ମାଗଣା ଟିକା ଦିଆଯିବ । ବେସରକାରୀ ହସ୍ପିଟାଲରେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ । 3 ତାରିଖରୁ ଟିକାକରଣ ନେଇ ଦେଶବ୍ୟାପୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆସନ୍ତୁ ଜାଣିବା ରେଜିଷ୍ଟ୍ରେସନ୍ କିପରି ହେବ ?

.ପ୍ରଥମେ www.cowin.gov.in ଓ୍ୱେବସାଇଟ ଖୋଲିବେ

.କୋ ଓ୍ୱିନରେ ପଞ୍ଜିକୃତ ହୋଇ ନଥିଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବେ

.ସେଠାରେ ପିଲାଙ୍କ ନାଁ, ବୟସ ଭଳି ତଥ୍ୟ ଦେବେ

.ରେଜିଷ୍ଟ୍ରେସନ୍ ସରିଲେ ମୋବାଇଲରେ କନଫରମେସନ୍ ମେସେଜ୍ ଆସିବ

.ନିଜ ଅଞ୍ଚଳର ପିନ୍ କୋଡ୍ ଦେବେ

.ଟିକାକରଣ କେନ୍ଦ୍ରର ପୂରା ତାଲିକା ଜାଣିପାରିବେ

.ତାରିଖ ଓ ସମୟ ଅନୁସାରେ ଟିକାକରଣ ସ୍ଲଟ୍ ବୁକିଂ କରିବେ

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: