" ନବାଚାରୀ ଶିକ୍ଷକ ସମ୍ମାନ-2021" ପାଇଲେ ଓଡଗାଁ ବ୍ଲକର ଶିକ୍ଷକ ରଞ୍ଜନ କୁମାର ଦାଶ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

” ନବାଚାରୀ ଶିକ୍ଷକ ସମ୍ମାନ-2021″ ପାଇଲେ ଓଡଗାଁ ବ୍ଲକର ଶିକ୍ଷକ ରଞ୍ଜନ କୁମାର ଦାଶ |

Ranjan Kumar Das a teacher from Odgaon block received the "Nabachari Siskhyak samman -2021"
Spread the love
ADVERTISEMENT
ADVERTISEMENT

” ନବାଚାରୀ ଶିକ୍ଷକ ସମ୍ମାନ-2021″ ପାଇଲେ ଓଡଗାଁ ବ୍ଲକର ଶିକ୍ଷକ ରଞ୍ଜନ କୁମାର ଦାଶ |

ଓଡଗାଁ :22/10/2021(ରିପୋର୍ଟ :ସନାତନ ମହାକୁଡ଼ /ରବିନ୍ଦ୍ର କୁମାର ସାହୁ): ନବାଚାରୀ ଗତିବିଧି ସମୁହ ଛତିଶଗଡ଼ ଭାରତ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷକ ୱେବିନାର -2021 ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର 8ରୁ 10 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା |

ADVERTISEMENT

କୋଭିଡ଼୍ ସମୟରେ ଅନ୍ ଲାଇନ୍ ୟ୍ଯୁଟ୍ୟୁବ୍ ସାହାଯ୍ୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ଶିକ୍ଷକ ରଞ୍ଜନ କୁମାର ଦାଶ | ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବାଚାରୀ ଗତିବିଧି ସମୁହ ଛତିଶଗଡ଼ ଶିକ୍ଷକ ସମ୍ମାନ ସମାରୋହ- 2021ରେ ଓଡିଶାରୁ ଓଡ଼ଗାଁ ବ୍ଳକ୍ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲମାନପୁରର ସହକାରୀ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କୁ ସମ୍ମାନିତ କରିଛନ୍ତି | “ନବାଚାରୀ ଶିକ୍ଷକ ସମ୍ମାନ-2021” ସହିତ ସହଭାଗିତା ପ୍ରମାଣପତ୍ର ଓ “ଆତ୍ମୀୟ ସମ୍ମାନ ଟ୍ରଫି” ପାଇ ସମ୍ମାନିତ ହୋଇଛନ୍ତି।

ଏଥିପାଇଁ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, ବନବିହାରୀ ପାତ୍ର,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ, ସମ୍ପାଦକ ଭକ୍ତରଞ୍ଜନ ମିଶ୍ର,ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ଜୟକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ,ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ,ଆଞ୍ଚଳିକ ସାଧନକେନ୍ଦ୍ର କୋମଣ୍ଡ ଓ ଓଡ଼ଗାଁର ଶିକ୍ଷକ ଶିକ୍ଷିକା ଶ୍ରୀ ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: