ନୟାଗଡ ଜିଲ୍ଲା ସୂଚନା ଅଧିକାର କମିଟି ତରଫରୁ ଓଡଗାଁ ଠାରେ ଜନ ସଚେତନତା କାର୍ଯ୍ୟକ୍ରମ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ ଜିଲ୍ଲା ସୂଚନା ଅଧିକାର କମିଟି ତରଫରୁ ଓଡଗାଁ ଠାରେ ଜନ ସଚେତନତା କାର୍ଯ୍ୟକ୍ରମ |

Public Awareness Program at Odgaon on behalf of the Nayagarh District Right to Information Committee
Spread the love
ADVERTISEMENT
ADVERTISEMENT

ନୟାଗଡ ଜିଲ୍ଲା ସୂଚନା ଅଧିକାର କମିଟି ତରଫରୁ ଓଡଗାଁ ଠାରେ ଜନ ସଚେତନତା କାର୍ଯ୍ୟକ୍ରମ |

ଓଡଗାଁ : 09/10/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ): ନୟାଗଡ ଜିଲ୍ଲା ସୂଚନା ଅଧିକାର କମିଟି ତରଫରୁ ଓଡଗାଁ ଠାରେ ସୂଚନା ଅଧିକାର ଆଇନ ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l

ADVERTISEMENT

ଏହି କାର୍ଯ୍ୟକ୍ରମ ସୂଚନା ଅଧିକାର କର୍ମୀ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଶ୍ରୀକାନ୍ତ ଦାସ, ଧ୍ରୁବ ଚରଣ ସାହୁ, ଆଡ଼ଭୋକେଟ କୃପାସିନ୍ଧୁ ଗୌଡ଼, ସୁଶାନ୍ତ ସାହୁ, ରାମହରୀ ଚୌଧୁରୀ, ପ୍ରକାଶ ସାହୁଙ୍କ ସମେତ ଅନେକ କର୍ମୀ ଯୋଗ ଦେଇ ଜନ ସାଧାରଣ ଙ୍କୁ ଲିଫଲେଟ ବାଣ୍ଟିବା ସହ ସୂଚନା ଅଧିକାର ଆଇନ ବଳରେ ଦୁର୍ନୀତି କିପରି ରୋକାଯାଇ ପାରିବ ଏବଂ ସେମାନଙ୍କ ପ୍ରତି ଅଫିସିଆଲ ଲେବୁଲରେ ହେଉଥିବା ଅନ୍ୟାୟର କିପରି ପ୍ରତିବାଦ କରିପାରିବେ ସେ ବିଷୟରେ ଅବଗତ କରାଇଥିଲେ l

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ ଆଗକୁ N A C ଓ ପଂଚାୟତ ନିର୍ବାଚନ ଆସୁଛି ଏହି ସମୟରେ ଅନେକ ମିଥ୍ୟା ବିଲ କରାଯାଇ ଜନସାଧାରଣଙ୍କର ପଇସା ହଡପ କରାଯିବାର ସମ୍ଭବନା ଅଛି l ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଂଚାୟତ ସ୍ତରରେ ହେଉ କିମ୍ବା ନିଜ ଜାଗାର ପଟ୍ଟା ଟିଏ ପାଇବାକୁ ହେଲେ ତହସିଲ ଲେବୁଲରେ ହେଉ, ଜନସାଧାରଣଙ୍କୁ ଯେଉଁ ଭଳି ମିଛ ତଥ୍ୟ ଦେବା ସହ ହଇରାଣ କରାଯାଉଛି, ଏ ସବୁର ପ୍ରତିବାଦ କରି ସେମାନେ କେମିତି ସୂଚନା ଅଧିକାର ଆଇନ ବଳରେ ପ୍ରକୁତ ତଥ୍ୟ ପାଇପାରିବେ ସେ ବିଷୟରେ ଆଗାମୀ ଦିନରେ ଗାଁ ଗାଁ ରେ ବୁଲି ଲୋକଙ୍କୁ ସଚେତନ କରାଇ ଦୁର୍ନୀତି କୁ ଲୋପ କରିବୁ ଏହା ଆମର ପ୍ରକୁତ ଲକ୍ଷ୍ୟ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: