NK NEWS ODISHA

News agency Odisha

ନୟାଗଡ ଜିଲ୍ଲାରେ ଶାସକ ବିଜେଡି କର୍ମୀଙ୍କ ପ୍ରତିବାଦ ସଭା !

Protest rally of ruling BJD workers in Nayagarh district!
Spread the love

ନୟାଗଡ ଜିଲ୍ଲାରେ ଶାସକ ବିଜେଡି କର୍ମୀଙ୍କ ପ୍ରତିବାଦ ସଭା !

ନୟାଗଡ :22/11/2021(ରିପୋର୍ଟ : ରତ୍ନାକର ହୋତା, ମାନସ ରଞ୍ଜନ ଦାସ, ରବିନ୍ଦ୍ର କୁମାର ସାହୁ ): ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୁଦ୍ଧରେ ଋଣ ହୁଙ୍କାର ଦେଇ ଗଣଧାରଣା ଓ ପ୍ରତିବାଦ ସଭା କରିଛି ବିଜେଡି । ବିଜୁ ମହିଳା, ଯୁବ ଓ ଛାତ୍ରଜନତା ପକ୍ଷରୁ ସ୍ଥାନିୟ ଡାକବଙ୍ଗଳା ଠାରୁ ବିଜେଡିକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଏକ ବିଶାଳ ରାଲିରେ ଗଣିଆ ବଜ଼ାର ପରିକ୍ରମା କରି ଗଣିଆ ବ୍ଲକ ସମ୍ମୁଖରେ ପଂହଁଚି ଗଣଧାରଣ ଓ ପ୍ରତିବାଦ ସଭା କରିଥିଲେ । ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଳରୁ ଆରମ୍ଭ କରି ଇନ୍ଧନ ଗ୍ୟାସ ଦର ବଢିବଢି ଚାଲିଛି । କେନ୍ଦ୍ର ସରକାର ଶାସନକୁ ଆସିବା ପୁର୍ବରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ “ଅଚ୍ଛେ ଦିନ ଆଏଙ୍ଗେ, ଦେଶ ବଦ୍‌ଲେଗା” କହି ଲୋକଙ୍କ ଭୋଟ ପାଇଥିଲେ । କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠୁ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛିଁ । ବିଶେଷ କରି ପେଟ୍ରୋଲ, ଡିଜେଲ ବୃଦ୍ଧି ପାଉଥିବା ଯୋଗୁ ଟ୍ରାନ୍ସପୋଟିଙ୍ଗ ଖର୍ଚ୍ଚ ମଧ୍ୟ ବଢୁଛି । ଯାହା ଫଳରେ ଖାଇବା ଠୁ ଆରମ୍ଭ କରି ନିତି ଦିନନିଆ ବ୍ୟବହାର ସାମଗ୍ରୀର ଦର ବଢିବଢି ଚାଲିଛି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରୁପାରୁନାହିଁ କହି ମୋଦି ସରକାର ବିରୁଦ୍ଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜୁ ମହିଳା ,ଯୁବ ଏବଂ ଛାତ୍ର ଜନତା ଦଳର କର୍ମୀ ।

ଗ୍ୟାସର ଅହେତୁକ ଦରବୃଦ୍ଧି ପାଇଁ ଆଜି ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଳକ ରେ ଦେଖି ବାକୁ ମିଳିଛି। ବିଜେଡି ଦଳର ଶତାଧିକ କର୍ମୀ ମହିଳା ଓ ପୁରୁଷ କର୍ମି ଦିତୀୟ ଶ୍ରୀକ୍ଷେତ୍ର ରଘୁନାଥ ମଦ୍ଧିରଠାରୁ ବିରାଟ ରାଲି କରି ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇ ଓଡ଼ଗାଁ ବ୍ଳକ ଶମୁଖରେ ଧାରଣା ଦେଇଥିଲେ। ଏହା ଭିତରେ କେତେକ ମହିଳା ରାସ୍ତା ଉପରେ ଚୁଲି ଲଗାଇ ଗ୍ୟାସ ହାଣ୍ଡି ପାଖରେ ରଖି ଭାତ ରାନ୍ଧିବା ଦେଖିବାକୁ ମିଳିଥିଲା।ଆଗାମୀ ଦିନରେ ରାଜରାସ୍ତାକୁ ଓଲାଇ ଆନ୍ଧୋଳନ ଜାରି ରଖିଵେ ବୋଲି କହିଛନ୍ତି । ବିଜେଡି କର୍ମି ହେଲେ ,ଲୋକନାଥ ସାହୁ,ବିଭୁପ୍ରସାଦସାହୁ,ସୂଯ୍ୟ ନାରାୟଣ ଚଉଧୁରି,ଅର୍ଜୁନ ସାହୁ, ଗଣେଶ୍ୱରସାହୁ, ଓ ଶତାଧୀକ କର୍ମି ଯୋଗ ଦେଇଥିଲେ।

ବିଜୁଜନତା ଦଳର ଗଣିଆ ଗଣିଆ ବ୍ଲକ ପ୍ରତିନିଧି ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲାର ଯୁବ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଯୋଗଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧକ୍ଷ ଶେଷଦେଵ ସ୍ୱାଇଁ ,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା , ଯୁବଜନତା ଦଳର ବ୍ଲକ ସଭାପତି ଦେବାନନ୍ଦ ମିଶ୍ର। ,ବିଜୁଛାତ୍ର ଜନତାଦଳର ବ୍ଲକ ସଭାପତି ଶୁଭେନ୍ଦୁ ରାଉତ , ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ବୈଜୟନ୍ତୀ ବେହେରା ,ବିଜୁମହିଳା ମୋର୍ଚ୍ଚାର ପ୍ରମୁଖ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧକ୍ଷା ରଶ୍ମିତା ସାହୁ,ବିଜୁଛାତ୍ରଜନତାର ଉପସଭାପତି ରଞ୍ଜନ କୁମାର ଭୋଇ , ବିଜୁଯୁବ ଜନତା ଦଳର ଉପସଭାପତି ସମୀର କୁମାର ବେହେରା , ବିଜୁ ମହିଳାମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରାଞ୍ଜୁଲତା ପଣ୍ଡା ଉପସ୍ଥିତ ଥିବା ବେଳେ ବିଜୁ ଜନତା ଦଳର ୫୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ , ଦଶପଲ୍ଲା ବ୍ଲକ ଓ ଦଶପଲ୍ଲା ଏନ୍ ଏ ସି ଅଂଚଳର ହଜାର ହଜାର ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀମାନେ ଆଜି, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି । ଏହି ବିରାଟ ରାଲି ଦଶପଲ୍ଲାର ଐତିହାସିକ ମେଳିଆତୋଟା ଠାରୁ ବାହାରି ତ୍ରୀନାଥ ବଜାର, ଏନ୍ ଏ ସି ,ଦୁର୍ଗାବଜାର ମଧ୍ୟଦେଇ ଦଶପଲ୍ଲା ବ୍ଲକ୍ ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ନାରା ବାଜିରେ କମ୍ପି ଉଠିଥିଲା ଦଶପଲ୍ଲା ସହର । ମୋଦି ସରକାର ତୁମ ଆଛା ଦିନ ଗଲା କୁଆଡ଼େ, ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଛି, ମୋଦି ସରକାର ଡାଉନ ଡାଉନ, ଉଜ୍ଜଳା ଯୋଜନା ଆଜି ବି ଅଂଧାରରେ, ଗ୍ୟାସ ହାଣ୍ଡି ଏବେ ଚୁଲି ମୁହଁରେ ଫାଙ୍କା ପଡ଼ିଛି । ନିର୍ବାଚନ ଆସିଲେ ମୋଦି ସରକାର ଦରଦାମ କମ କରୁଥିବା ବେଳେ ନିର୍ବାଚନ ସରିଲେ ପୁଣି ଦରଦାମ ବୃଦ୍ଧି କରନ୍ତି କାହା ସ୍ୱାର୍ଥରେ ବୋଲି ନେତା ମାନେ ନାରାବାଜି ଦେଇଥିଲେ । ଗ୍ରାମଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ହଜାର ହଜାର ଛାତ୍ର ଯୁବ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଵେହେରା କଂ ସମେତ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ବବିତା ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁକଂ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

%d