Promises to solve the problems of the KUANRIA displaced

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି

Promises to solve the problems of the KUANRIA displaced
Spread the love
ADVERTISEMENT
ADVERTISEMENT
ADVERTISEMENT

କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି

ଦଶପଲ୍ଲା: 07/01/2022(ରିପୋର୍ଟ : ରତ୍ନାକର ହୋତା ): କୂଆଁରିଆ ବିସ୍ଥାପିତଙ୍କ ସମସ୍ୟା ଦୀର୍ଘ ଦିନପରେ ମଧ୍ଯ ସମାଧାନ ହୋଇପାରିନାହିଁ। ସବୁ ତ୍ଯାଗ ପରେ ମଧ୍ଯ ସେମାନଙ୍କ ଦୁଃଖ ଲାଘବ ନହେବା ଯୋଗୁଁ ସେମାନେ କ୍ଷୋଭ ଓ ଅସନ୍ତୋଷ ବ୍ଯକ୍ତ କରୁଛନ୍ତି। ଶୁକ୍ରବାର ଦିନ କଟକ ସ୍ଥିତ “କ୍ଲାପ୍ ଲିଗାଲ ସର୍ଭିସ୍ ଇନଷ୍ଟିଚ୍ୟୁଟ୍ ” ର ସଭ୍ୟ ଆଇନଜୀବି ବିଜୟ କୁମାର ମିଶ୍ର, ରୋହନ ନାୟକ, ଚନ୍ଦ୍ରଦେବ ପୁରୋହିତ ପ୍ରମୁଖ ବିସ୍ଥାପିତଙ୍କ ସମସ୍ୟାର ତଥ୍ଯ ସଂଗ୍ରହ କରି ସେମାନଙ୍କ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ADVERTISEMENT

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଡ୍ୟାମ୍ ଥିବା ଯାଗା ପୁରୁଷାନୁକ୍ରମେ ଓଡଶର ଗ୍ରାମବାସୀଙ୍କର ଥିଲା। 1978 ମସିହାରେ ଡ୍ୟାମ ନିର୍ମାଣ ପାଇଁ ସେମାନେ ନିଜର ଭିଟାମାଟି ଛାଡିଦେଲେ। ବିସ୍ଥାପିତଙ୍କ ଅଭିଯୋଗ ହେଲା, ପ୍ରତି ପରିବାରକୁ 3 ଏକର ଚାଷ ଜମି ଏବଂ 20 ଡିସିମିଲ ଘରବାରୀ ସରକାର ଯୋଗାଇ ଦେବେ। ଏହା ବ୍ୟତୀତ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦେବେ ।

ତଦନୁଯାୟୀ 1978 ମସିହାରେ ଭୂମିପୂଜା ହୋଇ ଶୁଭ ଦିଆଯାଇଥିଲା ଏବଂ 1980ର ଶେଷାର୍ଧରେ ବିସ୍ଥାପିତ କରାଯାଇଥିଲା ।କିଛି ଲୋକ ବୁଗୁଡା ଜଙ୍ଗଲ ମଧ୍ୟରେ ସରକାରୀ ଯାଗାରେ ଘର କଲେ ଆଉ କିଛି ଲୋକ ଡ୍ୟାମ୍ ତଳେ ଘର କଲେ। ତେବେ କିଛି ଲୋକ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ପଟ୍ଟା ପାଇଥିଲେ ହେଁ ଅନେକଙ୍କୁ ତାହା ବି ମିଳିନାହିଁ । ବାରମ୍ବାର ଆରଆଇ ତହସିଲଦାର ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କଲାପରେ ବି କେହି ସେକଥା ଶୁଣୁ ନାହାନ୍ତି ।ଏବେ ଆଇନ୍ ଅନୁଯାୟୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଯାହା ଆମର ହକ୍ , ଯାହା ଆମର ପ୍ରାପ୍ୟ ତାହା ସରକାର ଆମକୁ ଦିଅନ୍ତୁ ବୋଲି ଆଇନଜୀବୀ ମାନଙ୍କ ଆଗରେ ଗ୍ରାମବାସୀ ମାନେ କହିଛନ୍ତି। ଡିଜିଟାଲ୍ ଅର୍ଗାନାଇଜେସନର ସଂପାଦକ ଲକ୍ଷ୍ମୀଧର ବେହେରା, ପ୍ରଫୁଲ୍ଲ କୁମାର ଦାଶଙ୍କ ସମେତ ଗ୍ରାମର ବହୁ ବ୍ଯକ୍ତି ଉପସ୍ଥିତ ଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: