NK NEWS ODISHA

News agency Odisha

ପୋଲାଭରମ ପ୍ରକଳ୍ପକୁ ତୀବ୍ର ବିରୋଧ , ପ୍ରକଳ୍ପ ବନ୍ଦ ନ ହେଲେ ଜନ ଆନ୍ଦୋଳନ

Spread the love

ପୋଲାଭରମ ପ୍ରକଳ୍ପ କୁ ତୀବ୍ର ବିରୋଧ , ପ୍ରକଳ୍ପ ବନ୍ଦ ନ ହେଲେ ଜନ ଆନ୍ଦୋଳନ

ମାଲକାନଗିରି : 23/07/2021:( ବ୍ୟୁରୋ ) ମାଲକାନଗିରି ଜିଲ୍ଲା ଏହି ପ୍ରକଳ୍ପ ଯୋଗୁଁ ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନ ମାନଚିତ୍ରରୁ ଲୋପ ପାଇବ ବୋଲି ପୋଲାଭରମ ବିରୋଧି ଜନ ମଞ୍ଚ ଆଜି ଅଭିଯୋଗ କରିଛନ୍ତି । 1986 ଓ 2006 ମସିହାରେ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସିମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ସିଲେରୁ ନଦୀ ଏବଂ ଛତିଶଗଡ ସିମାନ୍ତ ସାବେରୀ ନଦୀ ଯାହାକି ଓଡିଶାର ଶେଷ ସିମାନ୍ତ ମୋଟୁ ଠାରେ ମିଶି ଗୋଦାବରୀ ନଦୀର ସୁଷ୍ଟି ହୋଇଛି ।

ସେହି ଜଳ ନିଷ୍କାସନ ହୋଇପାରି ନଥିବାରୁ ମାଲକାନଗିରି ଜିଲ୍ଲାରେ ସେହି ସମୟରେ ମାଥିଲି, କୋରୁକୋଣ୍ଡା , କାଲିମେଳା ଏବଂ ପଡିଆ ବ୍ଲକର 130 ଟି ଗ୍ରାମ ଜଳ ମଗ୍ନ ହୋଇଥିଲା । ସେତେବେଳେ ପୋଲାଭରମ କାର୍ଯ୍ୟ ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ 2004ରେ ଆରମ୍ଭ ହୋଇଥିଲା । ବର୍ତମାନ ପୋଲାଭରମ କୋପର ଡ୍ୟାମ୍ କାର୍ଯ୍ୟ ସରିଥିବା ବେଳେ ଏହି ଡ୍ୟାମର କ୍ଷମତା କୁ ବୁଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାରେ 4 ଟି ପଞ୍ଚାୟତରେ ଥିବା 20 ଟି ଗ୍ରାମଜଳ ମଗ୍ନ ହେବା ସହ ସମସ୍ତ ଜଙ୍ଗଲ ଜମି ଭିଟାମାଟି ଲୋପ ପାଇବ ବୋଲି ମୋଟୁ ସରପଞ୍ଚ ପୁଷୁଗୁଡା ସରପଞ୍ଚ ରେବା ରାମା , ତଣ୍ଡାବାଇ ପଞ୍ଚାୟତର ଲାଡି ମାଡକାମି ପ୍ରମୁଖ ପ୍ରକାଶ କରିଛନ୍ତି ।

ବର୍ତମାନ ପୋଲାଭରମର ମାଟି ବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏହି ମାଟି ବନ୍ଧ ପ୍ରକଳ୍ପ ଶେଷ ହେଲେ ଡ୍ୟାମର ପଛୁଆ ପାଣି ମାଲକାନଗିରି ଜିଲ୍ଲା ବିଭିନ୍ନ ସ୍ଥାନକୁ ବୁଡାଇ ଦେବ ବୋଲି ପୋଲାଭରମ ବିରୋଧୀ ସଙ୍ଗଠନ ଆଶଙ୍କା ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର ଏଥି ନେଇ ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ମାମଲା ଚୁଡାନ୍ତ ସିଦ୍ଧାନ୍ତ ହୋଇ ପାରୁ ନାହିଁ ।ଯଦି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ବନ୍ଦ ନକରେ ତେବେ 4ଟି ରାଜ୍ୟବାସୀ ମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି । ତେବେ ଏହି ପ୍ରକଳ୍ପ ପାଇଁ ପୂର୍ବତନ ସାଂସଦ ପ୍ରଦିପ ମାଝି ଏବଂ ସେହି ସମୟର କଂଗେସ ସରକାର ଦାଇ ବୋଲି ଆଜି ମୋଟୁ ରେ ପୋଲାଭରମ ବିରୋଧୀ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ।

%d