ବିଦ୍ୟାର୍ଥୀ ଦିବସ ପାଳନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।
ଗଣିଆ : 10/07/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ର ଓସ୍ତିଆ ଗ୍ରାମର ବିଦ୍ୟାର୍ଥୀ ଓ କ୍ଲବ ର ସଦସ୍ୟ ଙ୍କୁ ନେଇ ବିଦ୍ୟାର୍ଥୀ ଦିବସ ର ପାଳନ ଅବସରରେ ଗ୍ରାମରୁ ସ୍କୁଲ କୁ ଯାଇଥିବା ମୁଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ବିଭିନ୍ନ ପ୍ରକାର ର ଫଳ,ଫୁଲ ଗଛ ସହିତ ଉପକାରୀ ଗଛ ଲାଇଥିଲେ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଗ୍ରାମ ରେ ଥିବା ମା ଦକ୍ଷିଣ କାଳି ଯୁବକ ସଂଘ ର ଉପସଭାପତି ଅଖିଳ କୁମାର ସାହୁ,ସମ୍ପାଦକ ଶୁଭାଶିଷ ମିଶ୍ର,ସୁଶାନ୍ତ ସେଠି ଙ୍କ ସହିତ ଗ୍ରାମର ବିଦ୍ୟାର୍ଥୀ ଯୋଗଦେଇ ୨୦ଟି ଗଛ ଲଗାଇଥିଲେ।
ବିଦ୍ୟାର୍ଥୀ ଦିବସ ପାଳନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। pic.twitter.com/mjrqP4OMw3
— Nayagarh khabar (@NayagarhK) July 10, 2021
ପଣସ,ଆମ୍ବ,ଜାମୁ,ଅଁଳା,ବର,ଓସ୍ତ,ଲିମ୍ବ,କୃଷ୍ଣଚୂଡ଼ା ଭଳି ଗଛ ଲଗାଇଥିଲେ ।ଗଛ ର ସୁରକ୍ଷା ପାଇଁ ଗୋଡ଼ା ରେ ଆବଦ୍ଧ କରିବା ସହିତ ସମସ୍ତ ଯୁବ ପିଢ଼ି ଙ୍କୁ ଗଛ ଲଗାଇ ପରିବେଶ କୁ ସୁସ୍ଥ ଓ ସବୁଜ ମୟ କରିବାର ଶପଥ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ।ବର୍ତ୍ତମାନ ପରିସ୍ଥିତି କୁ ଆଖିଆଗରେ ରଖି ଆଗାମୀ ସମୟରେ ଅମ୍ଳଜନ ଅଭାବ କୁ ଦୂର କରିବା ପାଇଁ ପ୍ରତେକେ ଗଛ ଲଗାଇ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |