ଦେଶୀ ମଦ ବିକ୍ରୀକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହେଲେ ଅଭିଯୋଗକାରୀ !
ଓଡଗାଁ : 01/05/2022(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଗ୍ରାମରେ ଦେଶୀ ମଦ ବିକ୍ରୀକୁ ବିରୋଧ କରିବାରୁ ଅଭିଯୋଗକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ! ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମରେ l ସେହି ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ପରିବାର ଦୀର୍ଘଦିନ ଧରି ନିଜ ଘରେ ବେଆଇନ ଭାବେ ଦେଶୀ ମଦ କାରବାର କରି ଆସୁଥିଲେ l ଗ୍ରାମର ଜନସାଧାରଣ ଏହାକୁ ବିରୋଧ କରିଆସୁଥିଲେ ମଧ୍ୟ ସେ କାହା କଥା ଶୁଣନ୍ତି ନାହିଁ l ଏହି କାମରେ ତାଙ୍କ ସ୍ତ୍ରୀ ଝୁନୁ ସାହୁଙ୍କର ମୁଖ୍ୟ ଭୂମିକା ରହିଛି l ଏପରିକି ପୋଲିସ ଅଭିଯୋଗ ପାଇ ସର୍ଚ୍ଚ କରିବାପାଇଁ ଗଲାବେଳେ ଝୁନୁ ସାହୁ ପୋଲିସକୁ ମଧ୍ୟ ତୁମେ ମୋ ସହିତ ଖରାପ ବ୍ୟବହାର କରିଛ ବୋଲି ତୁମ ଉପର ଅଧିକାରୀଙ୍କୁ ମୁଁ ଅଭିଯୋଗ କରିବି ବୋଲି ଧମକ ଦିଅନ୍ତି l ତଥାପି ପୋଲିସ ଦ୍ୱାରା ଅନେକ ବାର ଗିରଫ ହୋଇ ଥିଲେମଧ୍ୟ ସେ ପୁଣି ବେଆଇନ ମଦ ବେପାରରେ ଲିପ୍ତ ଥିବା ଜଣାଯାଇଛି l
ତେବେ ଏହି ଗ୍ରାମରେ ଦେଶୀ ମଦ ପିଇ ଅନେକ ଯୁବକ ନିଶାସକ୍ତ ଅବସ୍ଥାରେ ଅସାମାଜିକ କାର୍ଯ୍ୟ କରିବାରୁ ଏଥିରେ ଅତିଷ୍ଠ ହୋଇ ସେହି ସାହିର କେତେକ ବ୍ୟକ୍ତି ନିଜ ତରଫରୁ ଓଡଗାଁ ଆଦର୍ଶ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରି ମଦ ବିକ୍ରୀକୁ ବନ୍ଦ କରିବାରେ ସହଯୋଗର ହାତ ବଢ଼ାଇଲେ l
ଗତକାଲି ଦିନ ପ୍ରାୟ ଦୁଇଟା ବେଳେ ଶ୍ୟାମସୁନ୍ଦରଙ୍କର ଦୁଇ ପୁଅ ମଦ ନେଇ ଆସୁଥିବା ବେଳେ ସେହି ଗ୍ରାମର ବୈକୁଣ୍ଠ ନାୟକଙ୍କ ସହିତ ଆଉ କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ ଏବଂ ଓଡଗାଁ ଥାନାକୁ ଖବର ଦେଇଥିଲେ l ଏଥିରେ ରାଗି ଯାଇ ଶ୍ୟାମସୁନ୍ଦର ଏବଂ ତାଙ୍କର ଦୁଇ ପୁଅ ପାଖରେ ପଡ଼ିଥିବା ଏକ କାଠମୁଣ୍ଡାରେ ବୈକୁଣ୍ଠ ନାୟକଙ୍କୁ ଆକ୍ରମଣ କରିଥିଲେ l ବୈକୁଣ୍ଠ ନାୟକ ରକ୍ତାକ୍ତ ହୋଇ ତଳେ ପଡ଼ିଥିବା ବେଳେ ଓଡଗାଁ ଥାନା ଅଧିକାର ପୂର୍ଣଚନ୍ଦ୍ର ପଟ୍ଟାୟତ ଠିକ ସମୟରେ ପହଂଚି ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ପାଇଁ ପଠାଇଥିଲେ l
ଗ୍ରାମ ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଶ୍ୟାମସୁନ୍ଦର ଏବଂ ତାଙ୍କର ଦୁଇ ପୁଅଙ୍କୁ ମଧ୍ୟ ଉଦ୍ଧାର କରିଥିଲେ l ପ୍ରକାଶ ଥାଉକି ପୋଲିସ ଆସିବାର ସୂଚନା ପାଇସାରିଥିବାରୁ ଶ୍ୟାମାସୁନ୍ଦରଙ୍କ ପରିବାର ଲୋକେ ମଦକୁ କେଉଁଠି ନଷ୍ଟ କରିସାରିଥିବାରୁ ପୋଲିସ ମଦ ଜବତ କରିପାରିନଥିଲା l ତେବେ ବୈକୁଣ୍ଠ ନାୟକଙ୍କ ଅଭିଯୋଗ କ୍ରମେ ଆକ୍ରମଣକାରି ଶ୍ୟାମସୁନ୍ଦର ଏବଂ ତାଙ୍କର ଦୁଇ ପୁଅକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାଯାଇଛି |
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?