ଆରମ୍ଭ ହେଲା ପିପିଲି ଉପନିର୍ବାଚନ ମତଦାନ, ସକାଳ 7ରୁ ସଂଧ୍ୟା 6ଟା ଯାଏ ଚାଲିବ ମତଦାନ| - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆରମ୍ଭ ହେଲା ପିପିଲି ଉପନିର୍ବାଚନ ମତଦାନ, ସକାଳ 7ରୁ ସଂଧ୍ୟା 6ଟା ଯାଏ ଚାଲିବ ମତଦାନ|

Pipili by-elections began voting will run from 7 a.m. to 6 p.m.
Spread the love
ADVERTISEMENT
ADVERTISEMENT

ଆରମ୍ଭ ହେଲା ପିପିଲି ଉପନିର୍ବାଚନ ମତଦାନ, ସକାଳ 7ରୁ ସଂଧ୍ୟା 6ଟା ଯାଏ ଚାଲିବ ମତଦାନ|

ପିପିଲି :30/09/2021(ବ୍ୟୁରୋ): ଆଜି ପିପିଲି ବିଧାନସଭା ଆସନରେ ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ହେଉଛି ଉପନିର୍ବାଚନ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା 6ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥରେ ଧାଡ଼ିରେ ଛିଡ଼ା ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀର 2ଲକ୍ଷ 29 ହଜାର 998 ଭୋଟର ନିଜର ମତଦାନ କରିବେ ।ସୂଚନା ଅନୁସାରେ ମୋଟ 348 ବୁଥ୍ ମଧ୍ୟରୁ 201ଟି ସମ୍ବେଦଶୀଳ ରହିଛି ।

ADVERTISEMENT

ଫଳରେ 175ଟି ବୁଥରେ ୱେବକାଷ୍ଟିଂ ଓ 12ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି । 23ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଛନ୍ତି । ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 22 ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ 3 କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।ପୁରୀ ଜିଲ୍ଲାପାଳ ଓ ଏସପି ଗତକାଲି ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ବୁଥରେ ପହଞ୍ଚି ଭୋଟ୍ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମହାରଥୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ଜୋରଦାର ପ୍ରୟାସ କରିଛି । ତେବେ ପିପିଲିର ଜନତା ଜନାର୍ଦ୍ଦନ କାହା ସପକ୍ଷରେ ମତ ଦେଉଛନ୍ତି, 3 ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ ।ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର 23 ଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଥିଲା । 80 ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ବ୍ୟବସ୍ଥା ହୋଇଥିଲା । ତେବେ ଏଥିପାଇଁ ‘7ଟି ପୋଲିଂ ପାର୍ଟି କରାଯାଇଥିଲା । ସେମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍‌ ରହିଥିଲେ ।

ସେପଟେ ଆଜି ପିପିଲିରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ଅକ୍ଟୋବର ୩ରେ ଗଣତି ହେବ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: