NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପାଟକୁରା ବିଧାୟିକାଙ୍କ ଆତିଥ୍ୟରେ ଗୋଷ୍ଠୀ ମାଧ୍ୟମରେ କୃଷି ସହାୟତା ରାଶି ବଣ୍ଟନ ମେଳା ଆୟୋଜିତ

Spread the love

ପାଟକୁରା ବିଧାୟିକାଙ୍କ ଆତିଥ୍ୟରେ ଗୋଷ୍ଠୀ ମାଧ୍ୟମରେ କୃଷି ସହାୟତା ରାଶି ବଣ୍ଟନ ମେଳା ଆୟୋଜିତ

ପାଟକୁରା : 09/09/2021(ରିପୋର୍ଟ ଅକ୍ଷୟ କୁମାର ସିଂହ): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପରି ବଳରାମ ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟକ୍ଷ ଭାବେ ଚେଷ୍ଟିତ ଅଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ | ଆଜି ପାଟକୁରା ଅନ୍ତର୍ଗତ ଡେରାବିଶ ବ୍ଲକର ମୁକୁନ୍ଦ ପୁର ପଂଚାୟତରେ ବଳରାମ ଯୋଜନା ମାଧ୍ୟମରେ କୃଷି ସହାୟତା ରାଶି ବଣ୍ଟନ ମେଳା ଆୟୋଜିତ ହୋଇଯାଇଛି l ଏଥିରେ ବିଧାୟିକା ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଧାରଣ ଲୋକଙ୍କ ପାଇଁ ସୁଚିନ୍ତିତ ବଳରାମ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବ, ସେ ନେଇ ବିଧାୟିକା ନିଜ ମତ ପରିପ୍ରକାଶ କରିଥିଲେ |

ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟିକାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବଳରାମ ଯୋଜନାରେ କେନ୍ଦ୍ରାପଡ଼ା ସମେତ ଡେରାବିଶ ବ୍ଲକ ଦ୍ୱାରା ଉପକୃତ ହେବାକୁ ଯାଉଥିବା ସାଧାରଣ ଲୋକ ଙ୍କ ବିବରଣୀ ପ୍ରକାଶ କରିଥିଲେ | ଡେରାବିଶ ବ୍ଲକ ବି.ଡି.ଓ ଉକ୍ତ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ଯୋଜନାରେ ଚାଷୀ ଉପକୃତ ହେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡାରେ


ତିରିଶ କୋଟି ଟଙ୍କା ଅନୁମୋଦିତ ହୋଇଥିବା ବେଳେ କେବଳ ଡେରାବିଶ ବ୍ଲକରେ ସାଢେପାଞ୍ଚ କୋଟି ଟଙ୍କା ଅନୁମୋଦନ ହୋଇଅଛି l କୋଭିଡ କଟକଣାକୁ ଦୃଷ୍ଟିରେ ରଖି
ସ୍ଥାନୀୟ ସରପଞ୍ଚଙ୍କ ଚେଷ୍ଟାରେ ଓ ଡେରାବିଶ ବ୍ଲକ ଡିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ, ଆତ୍ମାର ଅଧକ୍ଷ ଗଣେଶ୍ୱର ବେହରା, ପ୍ରମୋଦ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ତମ ରୂପେ ସମ୍ପାଦନ କରିଥିଲେ l

%d bloggers like this: