NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପଦ୍ମ ବନ ପୀଠ ସାଜିଲା ଶ୍ରୀକ୍ଷେତ୍ର !

Padma Ban Peetha looks like Shrikshetra!
Spread the love
ADVERTISEMENT

ପଦ୍ମ ବନ ପୀଠ ସାଜିଲା ଶ୍ରୀକ୍ଷେତ୍ର !

କଟକ : 14/06/2022(ବ୍ୟୁରୋ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଳିକା ବର୍ଣ୍ଣିତ ନେମାଳ ପଦ୍ମବନ ପୀଠରେ ପ୍ରସିଦ୍ଧ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରୁ ପୁଣ୍ୟନଦୀ ଚିତ୍ରୋତ୍ପଳାର ପବିତ୍ର ପାଣି ଅଣାଯାଇ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ପୁଷ୍ପ ଲାଗି ହେବା ସହିତ ମଙ୍ଗଳ ଆଳତି,ମଇଲମ,ତଡପଲାଗି ନିତିକନ୍ତି ହୋଇଥିଲା।ଏହାପରେ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କୁ ସୁନାବେଶରେ ବିଭୋସିତ କରାଯାଇଥିଲା।

ମହାପ୍ରଭୁଙ୍କ ଯଥା ବିଧି ଅନୁସାରେ ନିତିକାନ୍ତି ଅନୁଷ୍ଠିତ ହୋଇଥିଲା। ବିଧି ଅନୁସାରେ ପ୍ରଥମେ ମୁସଲମାନ ଦେଇଥିବା ଭୋଗ ଲାଗି ହୋଇଥିଲେ। ମାଳିକା ବର୍ଣ୍ଣିତ ଏହି ପିଠିରେ ମହା ଦେବସ୍ନାନ ପୂର୍ଣ୍ଣିମାରେ ପଦ୍ମବନ ପୀଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଦୀର୍ଘ ଦୁଇବର୍ଷ ହେବ ମହାମାରୀ କରୋନା ପାଇଁ କେବଳ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତବର୍ଷ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ପରିଲକ୍ଷିତ ହୋଇଛି।

ADVERTISEMENT
ADVERTISEMENT
%d bloggers like this: