ଦଶପଇସିଆ ଅଜା ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଦଶପଇସିଆ ଅଜା !

On the occasion of the 24th death anniversary Day of Dashia Aja
Spread the love
ADVERTISEMENT
ADVERTISEMENT

ଦଶପଇସିଆ ଅଜା !

(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର । ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ।

ADVERTISEMENT

ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର ବଜାର ଦ୍ବାର ଦ୍ବାର ବୁଲି ପାଲଟି ଗଲେ ଓଡ଼ିଶାର ସର୍ବଶ୍ରେଷ୍ଠ ନିଆରା ଭିକାରୀଟିଏ। ଅଧା ଲଙ୍ଗଳା ବେଶ, ହାତରେ ଗୋଟିଏ ଠେଙ୍ଗା, କାନ୍ଧରେ ଏକ ଝୁଲାମୁଣି, ମୁଠାଏ ମୁଢି ଓ କପେ ନାଲି ଚା- ବାସ୍ ଏମିତି ଥିଲା ତାଙ୍କର ଅତି ସାଧାରଣ ଜୀବନଶୈଳୀ।

ବୟସର ସାୟାହ୍ନରେ ଦାଶିଆ ଅଜା ସ୍ୱପ୍ନବିଳାସୀ ହୋଇ ଉଠିଥିଲେ ଏକ ବୄହତ ସଂଗ୍ରହାଳୟର ସୄଷ୍ଟିରେ। ସେଥିପାଇଁ କୌଣସି ସଂକୋଚ ନ କରି ହାତପାତି ମାଗିବା ଆରମ୍ଭ କଲେ ବିଭିନ୍ନ ଉପାଦେୟ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି ଏବଂ ବିଭିନ୍ନ ପୁରାତନ ସମ୍ଭାର,ସନ୍ତକ ଓ ସର୍ବୋପରି ଦଶ ପଇସାର ଭିକ୍ଷା। ବୟସ ଯେମିତି ହାର ମାନୁଥିଲା ତାଙ୍କ ପାଖରେ।ସର୍ବଶେଷରେ ମାଗିଯାଚି ଜାତି ପାଇଁ ସୃଷ୍ଟି କଲେ ଏକ ମହାନ୍ ସାସ୍କୃତିକ ସମ୍ଭାର। ପ୍ରତିଦିନ ଶହେରୁ ଊର୍ଦ୍ଧ୍ବ ପୋଷ୍ଟକାର୍ଡ଼ ଲେଖିବା ଥିଲା ତାଙ୍କର ଏକ ସଉକ।

କବି, ଲେଖକ, ସାହିତ୍ୟିକମାନଙ୍କ ସହ ଏଇ ପୋଷ୍ଟକାର୍ଡ ମାଧ୍ୟମରେ ସେ ଯୋଡ଼ି ପାରିଥିଲେ ଏକ ସଶକ୍ତ ସମ୍ପର୍କ।ନୟାଗଡ଼ ଜିଲ୍ଲା ଚାହାଳି ପଞ୍ଚାୟତ ଅନ୍ତର୍ଗତ ରାଇପୁର ଭଳି ଏକ ଗ୍ରାମିଣ ପରିବେଶ ମଧ୍ୟରେ ଜନ୍ମ ହୋଇ ମଧ୍ଯ ସେ ଉତ୍କଳୀୟ ସଂସ୍କୃତିକୁ ତେଜୋଦୀପ୍ତ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ,ପରବର୍ତ୍ତୀ ସମୟରେ ତାହା ଏକ ନିପଟ ପାହାଡ଼ ଜଙ୍ଗଲ ମଫସଲ ଗାଁ ନୟାଗଡ଼ର ଉଦୟପୁରରେ ପ୍ରତିଷ୍ଠା ଲାଭ କରିଥିଲା ଏକ ପ୍ରସିଦ୍ଧ ପାଠାଗାର, ସଂଗ୍ରହାଳୟ, ଗବେଷଣାଗାର ଓ ସାହିତ୍ୟ ସଂସଦ ରୂପରେ ; ଯାହା ଆଜି ସମଗ୍ର ବିଶ୍ବରେ ବିରଳ ଓ ବିସ୍ମୟ।

ପାଠାଗାର ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାରେ ଏକଲକ୍ଷ ପଚାଶ ହଜାରରୁ ଊର୍ଦ୍ଧ୍ବ ପୁରାତନ ଓ ଆଧୁନିକ ପୁସ୍ତକ, ପତ୍ରପତ୍ରିକା,ବିଭିନ୍ନ ଭାଷାର ଅଭିଧାନ,ଶତାଧିକ ପୁରାତନ ସମ୍ବାଦପତ୍ର. ତିନିହଜାର ତାଳପତ୍ର ପୋଥି,ଚନ୍ଦ୍ର ପୄଷ୍ଠର ମାଟି,ଓଡ଼ିଶାର ଗୋପବନ୍ଧୁ ଦାସ,ମଧୁସୂଦନ ଦାସଙ୍କ ଭଳି ମହାପୁରୁଷ ତଥା ବିଦ୍ୟୁତ ପ୍ରଭା ଦେବୀ,ପଣ୍ଡିତ ବିନାୟକ ମିଶ୍ର ଆଦି ବରେଣ୍ୟ ସାରସ୍ୱତ ସାଧକ ସାଧିକାମାନଙ୍କ ହସ୍ତଲିପି, ସନ୍ତକ ଏବଂ ଆଦିମ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶର ବହୁ ବିରଳମୁଦ୍ରା ଏବଂ ବିଶେଷ ପଦାର୍ଥମାନ ସଂଗୄହିତ ହୋଇ ରହିଛି।

ଦାଶିଆ ଅଜାଙ୍କ ଏହି ପ୍ରସିଦ୍ଧ ସାଂସ୍କୃତିକ ସମ୍ଭାରକୁ ଦେଶବିଦେଶରୁ ବହୁ ନାମକରା ବ୍ୟକ୍ତିବିଶେଷ ଆସି ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଛନ୍ତି।ଆଜି ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଦାଶିଆ ଅଜା ସଂଗ୍ରହାଳୟଟି ଏକ ଜାତୀୟ ତୀର୍ଥ କ୍ଷେତ୍ରରେ ପରିଣତ ହୋଇଛି ସତ ; ମାତ୍ର ଏହାକୁ ଲୋକଲୋଚନକୁ ଆଣି ଅଧିକ ପ୍ରଚାର ପ୍ରସାର ନିମିତ୍ତ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ମନେହୁଏ।

ଦାଶିଆ ଅଜାଙ୍କୁ ଏହି ମହାନ୍ କାର୍ଯ୍ୟ ପାଇଁ ସହଯୋଗ କରିଥିଲେ ତାଙ୍କର ସହଧମିର୍ଣୀ ପୌର୍ଣ୍ଣମାସୀ ଦେବୀ। ଦାଶିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ବର୍ତ୍ତମାନ ଅନୁଷ୍ଠାନକୁ ଆଗେଇ ନେବାପାଇଁ ସତତ ଚେଷ୍ଟିତ। ୧୯୯୭ ସେପ୍ଟେମ୍ବର ୧୨ ତାରିଖ ଆଜିର ଦିନରେ ଏଇ ମହାନ ଦିବ୍ୟାତ୍ମା ଦାଶିଆ ଅଜାଙ୍କର ମହାପ୍ରୟାଣ ଘଟିଥିଲା।

ଯଶୋବନ୍ତ ପଟ୍ଟନାୟକ
ଶିକ୍ଷକ ତଥା ସହ ସଂପାଦକ
ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦ, ଓଡ଼ଗାଁ ଗାନ୍ଧୀନଗର
ମୋବାଇଲ୍ ନଂ– ୯୯୩୭୮୭୧୭୮୦

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: