ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତରଯାତ୍ରା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଆନୁକୂଲ୍ୟରେ କବିତା ଆସର |
କଳାହାଣ୍ଡି: 13/10/2021(ରିପୋର୍ଟ :ସନାତନ ମହାକୁଡ଼): ଶାକ୍ତ ପରମ୍ପରା ଅନୁଯାୟୀ ଅନେକ ଦିନରୁ କଳାହାଣ୍ଡିର ଜନଜୀବନରେ ବିଦ୍ୟମାନ ସେହି ପରମ୍ପରାର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି “ମୋ ଲେଖା ମୋ ଦୁନିଆଁ” ସୌଜନ୍ୟରେ କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଉପରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବିଶି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ |
ଅନୁଷ୍ଠାନର ସଭାପତି ଖୁସିରାମ ସାହୁ , ଉପଦେଷ୍ଟା କଟକର ଭାରତୀ ରଥ, ମାର୍ଗଦର୍ଶକ ନୂଆଁଦିଲ୍ଲୀର ଚନ୍ଦ୍ରକାନ୍ତ ବିଶ୍ବାଳ, ଆନ୍ତର୍ଜାତୀକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ, ସମ୍ପାଦକ ଦୁର୍ଗାଶଙ୍କର ଦେ, ମନ୍ମଥ ସ୍ୱାଇଁ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ସନାତନ ମହାକୁଡ଼ ଉପସ୍ଥିତ ଥିଲେ ।
ଓଡିଶାର ପୁରପଲ୍ଲୀରେ ଥିବା ଶତାଧିକ କବି ଓ କବୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ରୁ ରୀତା ଅପରାଜିତା ମହାନ୍ତି,କଟକ ରୁ ରାଜକିଶୋର ମୁଣ୍ଡି,ଗଞ୍ଜାମ ରୁ କୁସୁମ କୁମାରୀ ପଣ୍ଡା, ପ୍ରମିଳା ପାଣି,ରାମ ଚନ୍ଦ୍ର ପ୍ରଧାନ,ମମତାରାଣୀ ଶତପଥୀ, ବୁଲୁ ବିଷୋୟୀ,ଢେଙ୍କାନାଳ ରୁ ଅରୁନ୍ଧତୀ ଲେଙ୍କା,ବାଲେଶ୍ୱର ରୁ ସୁଜାତା ଦାସ, ନିକୁଞ୍ଜ କୁମାର ଘୋଷ,ପ୍ରମୋଦିନୀ ପରିଚ୍ଛା, କଳାହାଣ୍ଡି ରୁ ପ୍ରିୟଦର୍ଶିନୀ ମିଶ୍ର, ଅରବିନ୍ଦ ସାହୁ, ପ୍ରହଲ୍ଲାଦ ବିଶ୍ୱାଳ,ଶଙ୍ଖା ଖର୍ସେଲ,କମଳିନୀ ଚଣ୍ଡି,ଦୁର୍ଯ୍ୟୋଧନ ଚଣ୍ଡି,ଅଗ୍ନି କୁମାର ସାହୁ,ଯାଜପୁର ରୁ ଜଗଦୀଶ ଶତପଥୀ,ସୁରେନ୍ଦ୍ର କୁମାର ବେହେରା,ଜଗତସିଂହପୁର ରୁ ରଞ୍ଜିତା ସାହୁ, ବଲାଙ୍ଗୀର ରୁ କୌସ୍ତୁବ ଜାଲ୍,ଶରତ ମନହିରା,କେନ୍ଦ୍ରାପଡ଼ା ରୁ ଗୋବିନ୍ଦ ବେହେରା,ସୁରେନ୍ଦ୍ର ଜେନା,ଭଦ୍ରକ ରୁ ସରୋଜ କୁମାର ଓଝା,ବରଗଡ଼ ରୁ ବେଦବ୍ୟାସ ମେହେର,ଚନ୍ଦନ ସୋନୀ,କନ୍ଧମାଳ ରୁ ସମୀର କହଁର,ଅନୁଗୋଳ ରୁ ସୁବ୍ରତ କୁମାର ପ୍ରଧାନ,କେନ୍ଦୁଝର ରୁ ରତିନାରାୟଣ ରାଉତ,ପୁରୀ ରୁ ନିବେଦିତା ମହାପାତ୍ର, ମାଲକାନଗିରି ରୁ ଭାବଗ୍ରାହୀ ତ୍ରିପାଠୀ ପ୍ରମୁଖ ନିଜର ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଏହି କବିତା ଆସରକୁ ଭକ୍ତିମୟ କବିତା ଜରିଆରେ ମାଁ ମାଣିକେଶ୍ବରୀଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ବୃଦ୍ଧାବସ୍ଥାକୁ ରୋକିବା ପାଇଁ AI ଆବିଷ୍କାର କଲା ସବୁଠାରୁ ଶକ୍ତିଶାଳୀ ଚିକିତ୍ସା , ଶୀଘ୍ର ତିଆରି ହେବ ଔଷଧ |
ମହାକାଶ ଅପେକ୍ଷା ସମୁଦ୍ର କାହିଁକି ବିପଜ୍ଜନକ? ଜାଣନ୍ତୁ 9ଟି ପଏଣ୍ଟରେ …..