ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର |

Spread the love
ADVERTISEMENT
ADVERTISEMENT
ADVERTISEMENT

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର |

ADVERTISEMENT

୨୦୧୭-୧୮ ବର୍ଷ ପାଇଁ ଓଡିଶାରୁ ଅନୀଲ ପ୍ରଧାନ ପୁରସ୍କୃତ

ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କଲେ ଶ୍ରୀ ଠାକୁର

୨୦୧୭-୧୮ ଏନ୍‍ୱାଇଏ ପାଇଁ ମୋଟ ୧୪ ପୁରସ୍କାର ଏବଂ ୨୦୧୮-୧୯ ଏନ୍‍ୱାଇଏ ପାଇଁ ୮ ପୁରସ୍କାର ପ୍ରଦାନ କରାଯାଇଥିଲା
•ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିବିଶେଷଙ୍କୁ ନଗଦ ପୁରସ୍କାର ଆକାରରେ ୧,୦୦,୦୦୦ / – ଟଙ୍କା ଏବଂ ଅନୁଷ୍ଠାନକୁ ପୁରସ୍କାର ଆକାରର ଯଥାକ୍ରମେ ୩,୦୦,୦୦୦ / – ଟଙ୍କା ପ୍ରଦାନ


ନୂଆଦିଲ୍ଲୀ : 12/08/2021(ବ୍ୟୁରୋ): କେନ୍ଦ୍ର ଯୁବ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍‍.ଓ.ଏଲ୍‍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଯୁବ ବ୍ୟାପାର ବିଭାଗର ସଚିବ, ଶ୍ରମତୀ ଉଷା ଶର୍ମା; ଜାତିସଂଘର ଆବାସିକ ସଂଯୋଜକ, ଶ୍ରୀମତୀ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଅସୀତ ସିଂହ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ୍‍) ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଆନ୍ତର୍ଜାତୀୟ ଯୁବ ଦିବସ କେବଳ କ୍ୟାଲେଣ୍ଡରରେ ଗୋଟିଏ ଦିନ ନୁହେଁ । ଭାରତର ଯୁବକମାନେ ଭାରତର ଭବିଷ୍ୟତ ହେବାବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ବର୍ତ୍ତମାନ । ବର୍ତ୍ତମାନ ଯୁଗରେ ସେମାନେ ନୂଚନା ଚିନ୍ତାଧାରା ଏବଂ ନବସୃଜନର ଡ୍ରାଇଭର ଅଟନ୍ତି – ଏଆଇ – ଆତ୍ମନିର୍ଭର ଇନୋଭେସନ’ । ଶ୍ରୀ ଅନୁରାଗ ଠାକୁର ଆହୁରି କହିଛନ୍ତି, ଚଳିତ ବର୍ଷ ଆନ୍ତର୍ଜାତୀୟ ଯୁବ ଦିବସର ବିଷୟବସ୍ତୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଧ୍ୟାନ ଦେଇଥାଏ; ଏହି ପରିବର୍ତ୍ତନ ପାଇଁ ଯୁବକ ମାନଙ୍କ ଯୋଗଦାନ ଏକ ପ୍ରମୁଖ ବିଷୟ । ଯୁବକମାନଙ୍କ ନେତୃତ୍ୱରେ କୃଷି-ଜ୍ଞାନକୌଶଳ ଉଦ୍ଭାବନ ଏହି କ୍ଷେତ୍ରରେ ନୂତନ ଉଦୀୟମାନ ଧାରା ଚଳାଉଛି । ଯୁବକମାନଙ୍କ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ବିନା ଏଭଳି ବିଶ୍ୱସ୍ତରୀୟ ପ୍ରୟାସର ସଫଳତା ହାସଲ ହେବ ନାହିଁ । ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆମର ଯୁବ ନାଗରିକଙ୍କ ପାଇଁ ବୃତ୍ତିଗତ ଶିକ୍ଷା, ଦକ୍ଷତା, ଷ୍ଟାର୍ଟଅପ୍ ପାଣ୍ଠି ଉପରେ ବିଭିନ୍ନ ପଦକ୍ଷେପକୁ ପ୍ରାଥମିକତା ଦେଇଛନ୍ତି । ଆମେ ଭାରତର ଯୁବକମାନଙ୍କୁ ବିଶ୍ୱର ସବୁଠାରୁ ଅଧିକ ଦକ୍ଷ କରିବା ପାଇଁ ଲକ୍ଷ୍ୟ ରଖିଛୁ । ମୁଁ ସମସ୍ତ ଜାତୀୟ ଯୁବ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ପୁରସ୍କାର ପ୍ରଦାନରେ ଆମର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା ।

ଏହି ଅବସରରେ ଭାଷଣ ଦେଇ ଶ୍ରୀମତୀ ଡେଇର୍ଡେବୋୟେଡ କହିଛନ୍ତି ଯେ ବିଶ୍ୱ ସହିତ ଭାରତର ଅନେକ ଭାଗିଦାର ଅଛି, ଏଠାରେ ବହୁ ସଂଖ୍ୟାରେ ଯୁବଗୋଷ୍ଠି ଅଛନ୍ତି । ପରିବର୍ତ୍ତନକୁ ପ୍ରଭାବିତ କରିବାର ଶକ୍ତି ଯୁବକମାନଙ୍କର ଅଛି, ଦେଶର ଅଗ୍ରଗତି ପାଇଁ ସେମାନଙ୍କର ନୂତନ ଏବଂ ଅଭିନବ ଚିନ୍ତାଧାରା ଅଛି । ନିରନ୍ତର ବିକାଶରେ ସମଗ୍ର ବିଶ୍ୱରେ ଯୁବକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଯୁବ ବ୍ୟାପାର ବିଭାଗର ସଚିବ ଶ୍ରୀମତୀ ଉଷା ଶର୍ମା କହିଛନ୍ତି ଯେ ଭାରତର ଯୁବକ ଶକ୍ତି ପରିବର୍ତ୍ତନର ର୍ନିମାତା, ଅଭିନବ, ଯୁବ ଉଦ୍ୟୋଗୀ ତଥା ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା କରୁଥିବା ନିସ୍ୱାର୍ଥପର ସ୍ୱେ୍ୱଚ୍ଛାସେବୀ ଭାବରେ ବହୁମୁଖୀ ଭୂମିକା ଗ୍ରହଣ କରୁଛନ୍ତି ।

ବ୍ୟକ୍ତିଗତ ଏବଂ ସଂଗଠନ ବର୍ଗରେ ମୋଟ ୨୨ ଟି ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍‍ୱାଇଏ ୨୦୧୭-୧୮ ପାଇଁ ମୋଟ ୧୪ ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୧୦ ପୁରସ୍କାର ଏବଂ ସଂଗଠନ ବର୍ଗରେ ୪ ପୁରସ୍କାର ଅନ୍ତର୍ଭୁକ୍ତ । ଏନ୍‍ୱାଇଏ ୨୦୧୮-୧୯ ପାଇଁ ମୋଟ ୮ ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୭ ପୁରସ୍କାର ଏବଂ ସଂଗଠନ ବର୍ଗରେ ୧ ପୁରସ୍କାର ଅନ୍ତର୍ଭୁକ୍ତ । ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିଗତ ଭାବେ ନଗଦ ପୁରସ୍କାର ୧,୦୦,୦୦୦ / – ଟଙ୍କା ଏବଂ ସଂଗଠନକୁ ନଗଦ ଆକାରରେ ଯଥାକ୍ରମେ ୩,୦୦,୦୦୦ / – ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୭-୧୮ବର୍ଷ ପାଇଁ ବ୍ୟକ୍ତିଗତ ବର୍ଗରେ ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଯଥା ମାନବିକ ଅଧିକାର ପ୍ରୋତ୍ସାହନ, ସକ୍ରିୟ ନାଗରିକତା, ଗୋଷ୍ଠି ସେବା ଇତ୍ୟାଦି ଅବଦାନ ପାଇଁ ବ୍ୟକ୍ତିବିଶେଷ (୧୫-୨୯ ବର୍ଷ ବୟସ) ଏବଂ ସଂଗଠନକୁ ଜାତୀୟ ଯୁବ ପୁରସ୍କାର (ଏନ୍‍ୱାଇଏ) ପ୍ରଦାନ କରିଥାଏ । ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଜାତୀୟ ବିକାଶ ତଥା ସାମାଜିକ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା, ଯୁବକମାନଙ୍କୁ ସମାଜ ପ୍ରତି ଥିବା ଦାୟିତ୍ୱ ଭାବନା ବଢାଇବାକୁ ଉତ୍ସାହିତ କରିବା ଏବଂ ଏହିପରି ଉତ୍ତମ ନାଗରିକ ଭାବରେ ନିଜର ବ୍ୟକ୍ତିଗତ ସାମର୍ଥ୍ୟକୁ ଉନ୍ନତ କରିବା ଏବଂ ସାମାଜିକ ସେବା ସମେତ ଜାତୀୟ ବିକାଶ ପାଇଁ ଯୁବକମାନଙ୍କ ସହିତ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବା |ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ପୁରସ୍କାର ନାମ ଗୁଡିକ ଏହା ଅଧିନରେ :

ମିଳିତ ଜାତିସଂଘର ସ୍ୱେଚ୍ଛାସେବୀ ତଥା ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ସହଯୋଗରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତର ଗ୍ରାମାଞ୍ଚଳ, ସହରତଳି ଅଞ୍ଚଳ ତଥା ସହରାଞ୍ଚଳ ଯୁବକମାନଙ୍କ ପାଇଁ ଡିସେମ୍ବର ୨୦୨୦ ରେ ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ଆରମ୍ଭ କରିଛି, ଯେଉଁଥିରେ ଅଭିନବ ପ୍ରତିଭାଙ୍କୁ ଚିହ୍ନଟ ଓ ବିକଶିତ କରିବା, ଯୁବ-ନେତୃତ୍ୱାଧୀନ ଉଦ୍ୟୋଗୀ ସମାଧାନ ଚିହ୍ନଟ ଏବଂ ପୋଷଣ ପାଇଁ କୃଷି-ଖାଦ୍ୟ ଶୃଙ୍ଖଳାରେ ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରିବା । ସମଗ୍ର ଭାରତରୁ ୮୫୦ ରୁ ଅଧିକ ଯୁବକ ଆବେଦନ କରିଥିଲେ ଏବଂ ଅନେକ ପର୍ଯ୍ୟାୟର ପ୍ରତିଯୋଗିତା ଏବଂ ତାଲିମ ପରେ ଜାମ୍ମୁ କାଶ୍ମୀର, ବିହାର, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଗୁଜୁରାଟ ସମେତ ୧୦ ଜଣ ବିଜେତା ବାହାରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: