ସମ୍ବାଦ ସାହିତ୍ୟ ଘର ତରଫରୁ “ହୄଦୟଙ୍କୁ ଶ୍ରଦ୍ଧାଞ୍ଜଳି |
ଓଡଗାଁ : 02/08/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଆଜି ସମ୍ବାଦ ସାହିତ୍ୟଘର ତରଫରୁ ଓଡ଼ଗାଁ ବ୍ଲକର ଭୂତପୂର୍ବ ସମ୍ବାଦ ପ୍ରତିନିଧି,ବିଶିଷ୍ଟ ସମାଜସେବୀ ତଥା ଶିଶୁ ସାହିତ୍ୟିକ ହୄଦୟ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କର ଓଡ଼ଗାଁସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ଦିବା ୧୧ଘଟିକା ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଉକ୍ତ ସ୍ମୃତି ଚାରଣ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ,ବରିଷ୍ଠ କବି ଲୋକନାଥ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ତ୍ରିଲୋଚନ ସାମନ୍ତରା,ପ୍ରଭାତି ପଟ୍ଟନାୟକ, ରାଜୀବ ଲୋଚନ ବରାଡ଼,ସୁଦୀପ୍ତ କୁମାର ଦଳେଇଙ୍କ ସମେତ ସ୍ୱର୍ଗତ ହୄଦୟଙ୍କ ପିତାମାତା,ପତ୍ନୀ,ପୁତ୍ର, କନ୍ୟା,ଭାଇ,ଶାଳକ,ବନ୍ଧୁବର୍ଗ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଏ ଅବସରରେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ କବିତାପାଠ ମାଧ୍ୟମରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।ଯୁବକବି ଯଶୋବନ୍ତ ପଟ୍ଟନାୟକ ଓ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କବି ପ୍ରହଲ୍ଲାଦ ବେହେରା ଧନ୍ୟବାଦାର୍ପଣ କରିଥିଲେ।ସର୍ବଶେଷରେ ମହାପ୍ରଭୁଙ୍କ ଅବଢ଼ା ବଣ୍ଟନ ପୂର୍ବକ ଶାନ୍ତି ଭୋଜନ ସମାପନ କରାଯାଇଥିଲା।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |