NK NEWS ODISHA

News agency Odisha

ବାତ୍ୟା “ଗୁଲାବ”ର ମୁକାବିଲା ପାଇଁ ନୟାଗଡ ସମେତ 5ଟି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ |

Represntive image. ODRAF and NDRF teams are deployed in 5 districts, including Nayagarh, to deal with the storm Gulab
Spread the love

ବାତ୍ୟା “ଗୁଲାବ”ର ମୁକାବିଲା ପାଇଁ ନୟାଗଡ ସମେତ 5ଟି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ |

ଭୁବନେଶ୍ୱର :26/09/2021(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ବାତ୍ୟା “ଗୁଲାବ”ର ମୁକାବିଲା ପାଇଁ ନୟାଗଡ ସମେତ 5ଟି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ |
ଓଡ଼ିଶାକୁ 13ଟି ଏନଡିଆରଏଫ୍ ଟିମ୍ ଆସିଛି । ଗଞ୍ଜାମକୁ 3, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ 5ଟି ଟିମ୍ ମୁତୟନ କରାଯାଇଛି ।

ଗୁଲାବର ମୁକାବିଲା କରିବାକୁ 6ଟି ଓଡ୍ରାଫ 2 ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଜିଲ୍ଲାର ସବୁ 7ଟି ବ୍ଲକ ପାଇଁ 7 ଜଣ ନୋଡାଲ ଅଫିସରମ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଲୋକଙ୍କ ପାଇଁ 55 ଟି ଆଶ୍ରୟସ୍ଥଳୀ କରାଯାଇଛି । ପବନର ବେଗ ସାଙ୍ଗକୁ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଅଛି । ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ସେହିପରି ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇପାରେ । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଫୁଲବାଣୀରେ ପହଞ୍ଚିଛି ଓଡ୍ରାଫ୍ ଏକ ଟିମ୍ । ଏହି ଟିମକୁ ବାଲିଗୁଡ଼ା ପଠାଯାଇଛି ।

ଅନ୍ୟପକ୍ଷରେ ଆଜି ମଧ୍ୟରାତ୍ରୀରେ ଗୋପାଳପୁରରୁ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବାତ୍ୟା । ଗୋପାଳପୁରଠାରୁ ଗୁଲାବ୍ 270 କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମରୁ 330କିଲୋମିଟର ଦୂରରେ ରହିଛି । ଗତ 6 ଘଣ୍ଟା ହେଲା ଏହାର ବେଗ ରହିଛି ଘଣ୍ଟାପ୍ରତି 10 କିଲୋମିଟର । ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି 75ରୁ 85 କିଲୋମିଟର ହୋଇପାରେ ।

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ଏବେ ଗୋପାଳପୁର ଠାରୁ ଏହା 270 କି.ମି. ଦୂରରେ ଥିବା ବେଳେ ଆଜି ମଧ୍ୟ ରାତ୍ରରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ 13 ଟି ଏନଡିଆରଏଫ୍ ଟିମ୍ ଆସିଛି।

‘ଗୁଲାବ’ର ମୁକାବିଲା କରିବାକୁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ପବନ ଓ ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକ୍‌ରେ ଭୂ-ସ୍ଖଳନର ଆାଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଛି। ଶେଷ ଖବର ସୁଦ୍ଧା 7 ଗର୍ଭବତୀଙ୍କ ସହିତ 600 ଜଣଙ୍କୁ ଆାଶ୍ରୟସ୍ଥଳୀକୁ ଅଣାଯାଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିଛି। ଏହି ଜିଲ୍ଲାରେ 6ଟି ଓଡ୍ରାଫ 2ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ ଅଛନ୍ତି। ଜିଲ୍ଲାର ସମସ୍ତ 7ଟି ବ୍ଲକ ପାଇଁ 7ଜଣ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହାସହ 55 ଟି ଆଶ୍ରୟସ୍ଥଳୀ କରାଯାଇଛି।

ଅନ୍ୟପକ୍ଷେ, ‘ଗୁଲାବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ଫୁଲବାଣୀରେ ପହଞ୍ଚିଛି। ଏହି ଟିମ୍‌କୁ ବାଲିଗୁଡ଼ା ପଠାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୁଲାବର ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାସହ ଥିବାରୁ ଏହି 2 ଜିଲ୍ଲାକୁ ଲାଗି କରି ରହିଥିବା କନ୍ଧମାଳରେ ମଧ୍ୟ ଜୋର୍ ବର୍ଷା ପବନ ହୋଇପାରେ। ତେଣୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବାକୁ ଏଠାକୁ ଗୋଟିଏ ଓଡ୍ରାଫ୍ ଟିମ୍ ପଠାଯାଇଛି।

%d