ଓଡିଶା ମୁଁହା ବାତ୍ୟା ‘ଜୱାଦ୍‌’: ଜାଣନ୍ତୁ ଏହାର ଗତିବିଧି…. - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓଡିଶା ମୁଁହା ବାତ୍ୟା ‘ଜୱାଦ୍‌’: ଜାଣନ୍ତୁ ଏହାର ଗତିବିଧି….

Odisha face cyclone 'Jawad'
Spread the love
ADVERTISEMENT
ADVERTISEMENT

ଓଡିଶା ମୁଁହା ବାତ୍ୟା ‘ଜୱାଦ୍‌’: ଜାଣନ୍ତୁ ଏହାର ଗତିବିଧି….

ଭୁବନେଶ୍ୱର : 04/12/2021(ବ୍ୟୁରୋ ):ପୁରୀ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍‌’। ପୁରୀ ଜିଲ୍ଲାର କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ କହିଛନ୍ତି, ସମୁଦ୍ରରେ ଜୁଆର 5 ମିଟର ପର୍ଯ୍ୟନ୍ତ ଉଠିପାରେ। ଆଜି ସନ୍ଧ୍ୟା ବେଳଠାରୁ ଆସନ୍ତାକାଲି ସକାଳ ମଧ୍ୟରେ ବହୁତ କ୍ଷୟକ୍ଷତି କରିପାରେ। ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ୍‌’। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି 6 କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।

ADVERTISEMENT

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଏହା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ 250କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ 360 କିଲୋମିଟର ଓ ପୁରୀଠାରୁ ଏହା 430 କିଲୋମିଟର ଦୂର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ପାରାଦୀପଠାରୁ ଏହା ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ 510 କି.ମି. ଦୂରରେ ଅବସ୍ଥିତ ରହିଛି।

ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଞ୍ଚିବ ବାତ୍ୟା | ତାପରେ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଏହାର ଗତି ହୋଇପାରେ। ଉପକୂଳ ପହଞ୍ଚିବା ପରେ ଏହାର ଶକ୍ତି କ୍ରମଶଃ ଦୁର୍ବଳ ହେବ। ଏହି ସମୟରେ ଅମାବାସ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଧିକ 5 ମିଟର ଉଚ୍ଚର ଜୁଆର ବି ଉଠିପାରେ ବୋଲି IMD ଡିଜି ଅନୁମାନ କରିଛନ୍ତି। ଅନ୍ୟସ୍ଥଳରେ ବାତ୍ୟା ‘ଜଓ୍ୱାଦ୍‌’ ପ୍ରଭାବରେ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‍ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ସହ କୋହଲା ପାଗ ଦେଖିବାକୁ ମିଳିଛି। ଫଳରେ ଉପକୂଳ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସକାଳୁ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: