Raghunath Samabaya college Sanskrit Department Welcome Meeting

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସଭା |

Odgaon Raghunath Samabaya Mahabidyalaya Sanskrit Department Welcome Meeting
Spread the love
ADVERTISEMENT
ADVERTISEMENT

ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସଭା |

ଓଡଗାଁ :31/12/2021(ବ୍ୟୁରୋ ): ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ | ସଂସ୍କୃତ ବିଭାଗର +3 ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଭାଗ ତରଫରୁ ସିନିୟର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି | କୋଭିଡ କଟକଣା ଯୋଗୁଁ ଦୀର୍ଘ 2ବର୍ଷ ହେଲା ଏହି ଉତ୍ସବ ବନ୍ଦ ଥିଲା | ସେଥିପାଇଁ ଅଧ୍ୟାପକ ବିପିନ ମହାପାତ୍ର ଦୁଃଖ ପ୍ରକାଶ କରିଥିଲେ | ଏହି ଉତ୍ସବ ମାଧ୍ୟମରେ ପୂର୍ବବର୍ଷର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଦୀର୍ଘ 2ବର୍ଷ ପରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀମାନେ ବଡ଼ ଉତ୍ସାହର ସହିତ ପାଳନ କରିଛନ୍ତି | ବିଭାଗର ସିନିୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ନୀତି ଅନୁସାରେ ଚନ୍ଦନ ଲଗାଇ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ | ସଂସ୍କୃତ ଅଧ୍ୟାପକ ବିପିନ ମହାପାତ୍ର ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ | କଲେଜର ଅଧ୍ୟକ୍ଷ ସଂସ୍କୃତ ଭାଷା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ସଂସ୍କୃତ ଭାଷାର ବିଖ୍ୟାତ ମହାକବି କାଳିଦାସଙ୍କ ସଂସ୍କୃତ ସାହିତ୍ୟକୁ ଅବଦାନ ଉପରେ ଆଲୋକପାତ କରି, ଭାରତର ସୁବର୍ଣ୍ଣ ଯୁଗ ଗୁପ୍ତଯୁଗ ସମୟରୁ ସଂସ୍କୃତ ଭାଷାର ମହାନତା ଉପରେ କହିଥିଲେ |

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: