No government support without bribes

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ ,ବିନାଲାଞ୍ଚରେ ମିଳୁନି ସରକାରୀ ସହାୟତା !

No government support without bribes
Spread the love
ADVERTISEMENT
ADVERTISEMENT

କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ ,ବିନାଲାଞ୍ଚରେ ମିଳୁନି ସରକାରୀ ସହାୟତା !

କଟକ:04/01/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଓରତି ଗ୍ରାମପଞ୍ଚୟତ କୃଷ୍ଣଦାଶପୁରଠାରେ ଦେଖିବାକୁ ମିଳିଛି ଏପରି ନିନ୍ଦନୀୟ ଘଟଣା | ଏହି ଗ୍ରାମରେ ଗୋଟିଏ ଚାଳଘରେ ନିର ମଳିକ ନାମକ ଜଣେ 63 ବୟସ୍କ ବୃଦ୍ଧା ନିଜର ପୁଅ ବାବାଜୀ ଚରଣ ମଳିକ 32 ବର୍ଷ ଓ ବୋହୁ ଲତା ମଳିକ 28 ବର୍ଷ ଦୁଇ ନାତି,ନାତୁଣୀଙ୍କୁ ନେଇ ରହି ଆସୁଛନ୍ତି | ପୁଅ ବାବାଜୀ ଦିନ ମଜୁରୀଆ ଭାବରେ କାମକରି ନିଜର ପରିବାରକୁ ଦୁଃଖ କଷ୍ଟେ ଚଳାଇ ଆସୁଥିଲାବେଳେ କୋରନା ମହାମାରୀର ଲକଡାଉନ , ସର୍ଟଡାଉନରେ ସମ୍ପୂର୍ଣ ରୂପେ ଘରେ ହାତ ବାନ୍ଧି ବସିଛନ୍ତି |

ADVERTISEMENT

ଗୋଟିଏ ଚାଳଘରେ ବୃଦ୍ଧା ମାଆ ଓ ଛୋଟଛୋଟ ପିଲାମାନଙ୍କୁ ନେଇ ଶୀତ, କାକର ,ବର୍ଷା,ଖରା ଖାଇ ଜୀବନ କାଟିବା ଯେ କେତେ କଷ୍ଟ ଥରେ ନିଜେ ଅନୁଭବ ନକଲେ କେହି
ବିଶ୍ୱାସ କରିପାରିବେନି | ବାବାଜୀ ସରକାରଙ୍କୁ ଘରଟିଏ ପାଇଁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ଆଖିରେ ପଡିପାରୁନି ବାବାଜୀଙ୍କ ଦୁଃଖ |

ଏଭିତରେ କେତେବେଳେ ସରକାରୀ ବାବୁମାନେ ବାବାଜୀଙ୍କୁ ଲାଞ୍ଚ ମାଗୁଛନ୍ତି ତ କେତେବେଳେ ବାବାଜୀ ମନ୍ତ୍ରୀଙ୍କ ନିକଟକୁ ନେଇଥିବା ଅଭିଯୋଗପତ୍ରକୁ ଚିରିକି ନଷ୍ଟ କରିଦେଉଛନ୍ତି | ଏ ସବୁକଥା ଆମେ କହୁନୁ ,ବାବାଜୀଙ୍କ ପରିବାର ଲୋକେ ସିଧାସଳଖ ଆମ ପ୍ରତିନିଧିଙ୍କ ଆଗରେ ଅଭିଯୋଗ କରିଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: