New Year's Eve meeting for primary school teachers!

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପ୍ରାଥମିକ ଶିକ୍ଷକଙ୍କପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି !

Representive image

New Year's Eve meeting for primary school teachers!
Spread the love
ADVERTISEMENT
ADVERTISEMENT

ପ୍ରାଥମିକ ଶିକ୍ଷକଙ୍କପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି !

ଭୁବନେଶ୍ୱର:01/01/20200(ବ୍ୟୁରୋ): ନୂଆବର୍ଷରେ ରାଜ୍ୟ ଶିକ୍ଷକଙ୍କପାଇଁ ରାଜ୍ୟ ସରକାରଙ୍କ ଭେଟି। ଗତକାଲି ନୂଆ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ କଲେଜର ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ ପାଇଁ ସପ୍ତମ ବେତନରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । ଆଜି 8 ହଜାର 102 ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର | ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ADVERTISEMENT

ସେ କହିଛନ୍ତି, 2015 ଜାନୁଆରୀରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି । 6 ବର୍ଷ 11 ମାସ ପରେ ସେମାନଙ୍କୁ ନିୟମିତ କରାଯାଇଛି । ଏହା ଭିତରେ 40 ହଜାର 52 ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । 2022 ବର୍ଷ ଲାଗି ଗଣଶିକ୍ଷା ବିଭାଗର ଯୋଜନା ସଂପର୍କରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, 250 ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ଅନ୍ୟସବୁ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଚଳିତବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବ ଓ ଫାଇଭ-ଟି ଅଧୀନରେ ଅଣାଯିବ ।

ଗଣଶିକ୍ଷ ମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । 11 ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞାପନ । ଆଦର୍ଶ ବିଦ୍ୟାଳୟରେ 1700 ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ପ୍ରକାଶ କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: