ଯୋଜନାର ଭିଡ ଏବଂ ଭୋକର ଭୂଗୋଳରେ ନେକରଗଣ୍ଡା ଗାଁ ' ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଯୋଜନାର ଭିଡ ଏବଂ ଭୋକର ଭୂଗୋଳରେ ନେକରଗଣ୍ଡା ଗାଁ ‘ !

Nekerganda village in the midst of the crowd and hunger of the plan!
Spread the love
ADVERTISEMENT
ADVERTISEMENT

ଯୋଜନାର ଭିଡ ଏବଂ ଭୋକର ଭୂଗୋଳରେ ନେକରଗଣ୍ଡା ଗାଁ ‘ !

★ ବିଜୁଳିର ଲୁଚକାଳି ଖେଳ, ଅନ୍ଧାରରେ ଗାଁ
★ ମୋବାଇଲ ସେବା ସାତ ସପନ
★ ଟୁଂଗା କଡବା ରେ ପରିବାର ପୋଷଣ
★ ଫୁଲମାଳ ପିନ୍ଧି, ପ୍ରତିଶୃତି ଭୁଲିଯାନ୍ତି ନେତା

ADVERTISEMENT

ଦଶପଲ୍ଲା: ( ଶ୍ରୀ ରତ୍ନାକର ହୋତାକଂ ରିପୋର୍ଟ )ଓଡିଶା ସରକାର ଓ କେନ୍ଦ୍ର ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ , ବିକାଶ ଠାରୁ ବହୁ ଦୂରରେ ଏଇ ଆଦିବାସୀ ପାହାଡି ଗାଁ । ଏହି ଅବହେଳିତ ଆଦିବାସୀ ପାହାଡି ଗାଁ ହେଉଛି ନୟାଗଡ଼ ଜିଲ୍ଲା ଘୁଗୁଡିପଡା ଗ୍ରାମ ପଞ୍ଚାୟତର ନେକରଗଣ୍ଡା ଗାଁ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ,ଏଠି ବିକାଶର ନା ଗନ୍ଧ ନାହିଁ ।

କିନ୍ତୁ କାଗଜ ପତ୍ରରେ ଏଠି ଯୋଜନାର ଭିଡ଼ । ଚାରିପଟେ ପାହାଡ଼ ପର୍ବତ ଘେରା ଏହି ଗାଁର ୧୨ ଟି ଆଦିବାସୀ ପରିବାରର ୮୦ ଲୋକ ଭାଗ୍ୟକୁ ଆଦରି ଯେନତେନ ପ୍ରକାରେଣ ଜୀବନ ବିତାଉଛନ୍ତି । ଟାକରା ନିକଟସ୍ଥ ରଥିପୁର ଓ ଗୋପାଳପୁର ଗ୍ରାମଠାରୁ ୫ କିଲୋମିଟର ଆବୁଡା ଖାବୁଡା ପାହାଡି ରାସ୍ତା ଏବଂ ପାହାଡ଼ ଅତିକ୍ରମ କରିବା ପରେ ଏହି ଗ୍ରାମ ପଡ଼ିଥାଏ । ସଂକିର୍ତ୍ତନ ମାଝୀଙ୍କ ଭଳି ଆଦିବାସୀ ଲୋକ ସରକାରଙ୍କ ବିକାଶକୁ ଚାହିଁ ଚାହିଁ , କାହିଁ କେଉଁ କାଳରୁ ଏଠାରେ ବସବାସ କରୁଛନ୍ତି ହେଲେ ବିକାଶ ପହଞ୍ଚି ପାରୁନି ଏଇ ଗାଁ ରେ , ନା ମିଳୁଛି ଆବାସ ଯୋଜନାରେ ଘର ଖଣ୍ଡେ ନା ମିଳୁଛି ବାର୍ଧକ୍ୟ ଭତ୍ତା ।

ମାଟିର ମୋହ ଓ ଜଂଗଲ ର ମାୟା ତାଙ୍କୁ ବାନ୍ଧି ରଖିଛି ବୋଲି ସେମାନେ କୁହନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୩ ଟି ପରିବାର ଆବାସ ଯୋଜନାରେ ସାମିଲ ହୋଇଥିଲାବେଳେ ,ଅବଶିଷ୍ଟ ପରିବାର କୁ ଅଦ୍ୟାବଧି ମିଳିପାରିନାହିଁ ଆବାସ ଯୋଜନାରେ ଘର ଖଣ୍ଡେ । ଗାଁ ୩ କିଲୋଟିମର ପୂର୍ବରୁ ବାହ୍ୟ ମଳମୁକ୍ତ ଗ୍ରାମର ଫଳକ ଲଗା ଯାଇଥିବା ବେଳେ ଏହି ଗ୍ରାମରେ ଗୋଟିଏ ବି ପାଇଖାନା ନାହିଁ । ଚାଷ କାମ ସହ ଖଲି ସିଇବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କ ମୁଖ୍ୟ ଜୀବିକା । ଗ୍ରାମରେ ଥିବା ୧ ଗୋଟି ନଳ କୂଅ ଗ୍ରାମବାସୀଙ୍କ ତୃର୍ଷ୍ଣା ମେଣ୍ଟାଉଥିବା ଜଣାଯାଇଛି ।

ଶିକ୍ଷା ସ୍ୱାସ୍ଥ୍ୟ କଥା ନ କହିବା ଭଲ । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାବେଳେ, ଆଶାକର୍ମୀ ଓ ଅଂଗନ ଓ୍ବାଡି କର୍ମୀ କଂ ପାଦ ପଡ଼େ ନାହିଁ ଏଇ ଗାଁ ରେ । ଗ୍ରାମରେ ବିଦ୍ୟାଳୟ ନ ଥିବା ବେଳେ, ଗ୍ରାମବାସୀ ପିଲାମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ବାହାରେ ଛାଡ଼ୁଥିବା ଜଣାଯାଇଛି । ଛୋଟଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଖାଦ୍ୟ , ମାସକରେ ଥରେ ଗାଁଠାରୁ ୩ କିଲୋମିଟର ଦୂର ମକରପ୍ରସାଦ ଗ୍ରାମକୁ ଆସି ନେଇଥାନ୍ତି ହିତାଧିକାରୀ । ହାତୀ, ବାରହା ଓ ପାତିମାନଙ୍କର ଜୁଲମ କହିଲେ ନଚଳେ । ଗାଁରେ ସ୍ୱାସ୍ଥ୍ୟ ଖରାପ ହେଲେ ୨୦ କିଲୋମିଟର ଦୂର ବାଣିଗୋଚ୍ଛା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଏହି ଗ୍ରାମବାସୀ । ରାସନ ଏବଂ ଭତ୍ତା ପାଇଁ ଗ୍ରାମବାସୀଙ୍କୁ ୧୧ କିମି ଦୂର ଘୁଗୁଡିପଡା ଗ୍ରାମପଂଚାୟତ କାର୍ଯ୍ୟାଳୟ କୁ ଚାଲି ଚାଲି ଯିବାକୁ ପଡିଥାଏ । ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ କୈାଣସି କାମ ପଡ଼ିଲେ, ଗ୍ରାମବାସୀଙ୍କୁ ଯିବା ଆସିବାରେ ଦୁଇ ଦିନ ଲାଗିଥାଏ ।

ଗ୍ରାମବାସୀଙ୍କ କହିବାନୁସାରେ, ବ୍ଲକ ଆମ ପାଇଁ ରାଜଧାନୀ । ବହୁ ହାରି ଗୁହାରି ପରେ ନେତାମାନେ ଆସି ଫୁଲମାଳ ପିନ୍ଧି ପ୍ରତିଶ୍ରୁତି ଦେଉଛନ୍ତି , ହେଲେ ପ୍ରତିଶୃତି ଗାଁ ବାସୀଙ୍କ ପାଇଁ ପ୍ରତିଶ୍ରୁତି ରେ ରହିଯାଉଛି । ଗ୍ରାମବାସୀଙ୍କୁ ସୋଲାର ପ୍ରକଳ୍ପ ଦ୍ୱାରା ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲେ ମଧ୍ୟ ଏବେ ଗାଁ ଲୋକ ଡିବିରି ଆଲୁଅରେ କାଳାତିପାତ କରୁଛନ୍ତି । ସୈାର ପ୍ରକଳ୍ପ ଗୁଡ଼ିକର ବ୍ୟାଟେରୀ ଅଚଳ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଏଇ ପାହାଡି ଗାଁ ରେ କେବେ ବିକାଶ ଜନ୍ମ ନେଉଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: