NK NEWS ODISHA

News agency Odisha

ଗାଁ ଗାଁ ବୁଲି ଜନସାଧାରଣଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଅରୁଣ ସାହୁ ।

Spread the love

ଗାଁ ଗାଁ ବୁଲି ଜନସାଧାରଣଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ଅରୁଣ ସାହୁ ।

ଓଡଗାଁ : 31/07/2021: ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ,ଅରୁଣ କୁମାର ସାହୁ ଆଜି ଓଡ଼ଗାଁ (N A C) ସହିତ ବିଭିନ୍ନ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସମସ୍ୟା ବୁଝିବା ସହିତ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି । ମଂଜୁରୀ ପ୍ରାପ୍ତ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ଶୀଘ୍ର ସାରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ପ୍ରଥମେ ରଙ୍ଗଣୀପାଟଣା ପଂଚାୟତର ଷ୍ଟୀଟ ଲାଇଟ୍ , ପାନୀୟ ଜଳ ,ପକ୍କା ସଡ଼କ ସହ ପନ୍ତୀଖାରୀ ପଂଚାୟତର ଅଙ୍ଗନବାଡ଼ି କେନ୍ଦ୍ର, ଡ୍ରେନେଜ ବ୍ୟବସ୍ଥା, ଜଳସେଚନ ସୁବିଧା ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ମନ୍ତ୍ରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ ।

ଏଥିସହ ପତିଖାରୀ ଗ୍ରାମ ପଂଚାୟତ ପରିସରରେ 12 ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହୋଇଥୀବା ମିଶନ ଶକ୍ତି ଗ୍ରୁହକୁ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ସେହିପରି ପାଣ୍ଡେରୀପଢା ପୂର୍ତ୍ତ ବିଭାଗ ରାସ୍ତାକୁ ନେଇ ଦେଓଗାଁ ଓ ଭାଲିଆଢିହ ଗ୍ରାମ ମଧ୍ୟରେ ଲାଗିରହିଥିବା ବିବାଦ ମନ୍ତ୍ରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ |

ଏହି ଭଳି ଓଡ଼ଗାଁ ଏନଏସି ଅଧୀନରେ ଦଲକ ଅଂଚଳରେ 30 ଜଣଙ୍କୁ
ଭତ୍ତା ବଣ୍ଟନ କରିଥିଲେ | ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଲି ସମସ୍ୟା ବୁଝିଥିଲେ । ମନ୍ତ୍ରୀ ଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ , ବିଭୁପ୍ରସାଦ ସାହୁ ବ୍ଲକ ଅଧ୍ୟକ୍ଷା ମମତା ବେହେରା ଉପାଧକ୍ଷା ତଥା ନୟାଗଡ଼ ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ସହ ରଙ୍ଗଣୀ ପାଟଣା ରୁ ବିରେନ୍ଦ୍ର ସାହୁ ବିଜୟ କୁମାର ସାହୁ ବ୍ଲକ ବିଜେଡ଼ି ସଭାପତି ସୁଯ୍ୟନାରାୟଣ ଚ୍ୟୈଧୁରୀ ଙ୍କ ସହ ବହୁ ବିଜେଡ଼ି ସକ୍ରୀୟ କର୍ମୀ ଯୋଗ ଦେଇଥିଲେ | ମନ୍ତ୍ରୀଙ୍କୁ ଅତି ନିକଟରୁ ପାଇ ଅଂଚଳବାସି ଖୁସୀ ଅନୁଭବ କରିଥିଲେ ।

%d