ନୟାଗଡ଼ ଜିଲ୍ଲାରେ ଡାକ୍ତର ମରୁଡି: 262ରୁ ଖାଲି ପଡିଛି 141 !
ନୟାଗଡ଼ : 04/08/2021(ନିୟୁଜ ହେଡ଼ ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସବୁଠି ଡାକ୍ତର ସମସ୍ୟା ଉତ୍କଟ। କେବଳ ଏତିକି ନୁହେଁ, ପାରା ମେଡିକାଲ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଉଣାଅଧିକେ ସମାନ ପରିସ୍ଥିତି। ସ୍ବାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବାରେ ଏଭଳି ଦୁରବସ୍ଥା ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ବାହାର ଡାକ୍ତରମାନଙ୍କୁ ମଧ୍ୟ ନୟାଗଡ଼ର ବିଭିନ୍ନ ଚିକିତ୍ସାଳୟ ଦାୟିତ୍ବ ପ୍ରଦାନ କରାଯାଉଛି, କିନ୍ତୁ ସେମାନେ ମଧ୍ୟ ଠିକ୍ ଭାବେ ଆସୁନାହାନ୍ତି।
ସଦ୍ୟ ମିଳିଥିବା ତଥ୍ୟ ମୁତାବକ ନୟାଗଡ଼ ଜିଲ୍ଲାରେ ସମୁଦାୟ 262 ଗୋଟି ଡାକ୍ତର ପଦବି ଥିବା ବେଳେ ସେଥି ମଧ୍ୟରୁ 141 ପଦବି ଖାଲି ପଡ଼ିଛି। ଏମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାଧିକ 52 ଡାକ୍ତର ପଦବି ଥିବା ବେଳେ, 25 ଜଣ ଡାକ୍ତର ନାହାନ୍ତି। ପ୍ରଶାସନିକ ଦାୟିତ୍ବରେ 8 ଜଣ ଡାକ୍ତର ରହିଥିବା ବେଳେ, ଏଥିରୁ 3 ପଦବି ଫାଙ୍କା ପଡ଼ିଛି। ଏହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 28 ଡାକ୍ତର ପଦବିରେ କେହି ନାହାନ୍ତି। ଚାନ୍ଦପୁର ବସନ୍ତ ମଞ୍ଜରୀ ହସ୍ପିଟାଲରେ 20 ଡାକ୍ତର ପଦବି ମଧ୍ୟରୁ 10 ଡାକ୍ତର ପଦବି ଖାଲି ପଡ଼ିଛି। ସେହିଭଳି ନୟାଗଡ଼ ବ୍ଲକ୍ରେ 16 ଡାକ୍ତର ପଦବି ମଧ୍ୟରୁ 11, ଭାପୁରରେ 15 ରୁ 10, ଗଣିଆରେ 14 ରୁ 9, ଦଶପଲ୍ଲାରେ 27ରୁ 15, ନୂଆଗାଁରେ 15ରୁ 9, ଖଣ୍ଡପଡ଼ାରେ 26 ରୁ 17, ରଣପୁରରେ 27ରୁ 13, ଓଡ଼ଗାଁରେ 28ରୁ 16 ଡାକ୍ତର ପଦବି ଖାଲି ପଡ଼ିଛି। ଜିଲ୍ଲାରେ 13ଡେଣ୍ଟାଲ୍ ସର୍ଜନଙ୍କ ମଧ୍ୟରୁ 3ପଦବି ଖାଲି ପଡ଼ିଛି। ଜିଲ୍ଲାରେ 12ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ଥିବା ବେଳେ, 38 ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି), 167 ଗୋଟି ସବ୍ ସେଣ୍ଟର୍ ରହିଛି। ତେବେ ଖାଲି ପଡ଼ିଥିବା ଡାକ୍ତର ପଦବି ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ ଡାକ୍ତରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି।
https://www.amazon.in/shop/341181629854350?isVisitor=true&linkCode=ll2&tag=3411816298543-21&linkId=1b77e1499740f394fb165999e6a7a4be&language=en_IN&ref_=as_li_ss_tl
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …