ନୟାଗଡ ଜ଼ିଲ୍ଲା ସିପିଆଇଏମ କର୍ମୀଙ୍କ ବିକ୍ଷୋଭ ଶୋଭାଯାତ୍ରା !
ଓଡଗାଁ :15/09/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଆଜି ଦିନ 11 ଟା ବେଳେ ନୟାଗଡ C P I M ଦଳ ଓଡଗାଁ ଦଲକ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା l ନୟାଗଡ ଜିଲ୍ଲା C P I M ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱନାଥ ମହାପାତ୍ରଙ୍କର ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | କରୋନା ମହାମାରୀ ସମୟରେ ନିଜର ଜୀବିକା ଓ ରୋଜଗାର ହରାଇଥିବା କୃଷକ ଓ ଶ୍ରମିକ ମାନଙ୍କ ପ୍ରତି କଠୋର ଓ ମାରଣ ନୀତି ଆପଣେଇ ଥିବା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି | ଏହା ସହିତ ଗଣ ଧାରଣା ମଧ୍ୟ ଦେଇଛନ୍ତି l ସେମାନେ ବ୍ଲକ B D O ଙ୍କ ଜରିଆରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l
ଜିଲ୍ଲା ସମ୍ପାଦକ ଶ୍ରୀ ବିଶ୍ୱନାଥ ମହାପାତ୍ର କହିଛନ୍ତି, ” ଆଜି ଆମ ସହିତ ଜିଲ୍ଲାର ସମସ୍ତ ବାମ ପନ୍ଥୀ ସଂଗଠନ ଓ କୃଷକ ସଂଗଠନ ଭଳି ଦଶଟି ଦଳ ଆମକୁ ସମର୍ଥନ ଦେଇଛନ୍ତି l ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ବିରୁଦ୍ଧରେ କଳା ଆଇନ ଆଣିଛନ୍ତି | ଯାହା ପାଇଁ ଆଜକୁ ଦଶ ମାସ ହେଲା କୃଷକମାନେ ଖରା ବର୍ଷା ଓ ଶୀତରେ ଦିଲ୍ଲୀର ରାଜରାସ୍ତା ଉପରେ ପଡି ଦିଲ୍ଲୀକୁ ଅବରୋଧ କରି ରଖିଛନ୍ତି | ଶ୍ରମିକମାନଙ୍କ ପାଇଁ ଆଗରୁ ଥିବା 44ଟି ଶ୍ରମ ଆଇନକୁ କାଟି ଆଜି ସେମାନେ ଚାରୋଟି ଜୋନରେ ପରିଣତ କରିଛନ୍ତି | ସେ ସବୁକୁ ସେମାନେ ପ୍ରତ୍ୟାହାର କରିବା ଦାବିରେ ଆଜି ଆମେ ଆନ୍ଦୋଳନକୁ ଓଲ୍ହାଇଛୁ l ଆମର ଦାବି ରହୁଛି କୃଷକ ମାନଙ୍କ ପାଇଁ କରାଯାଇଥିବା ତିନୋଟି କଳା ଆଇନକୁ ପ୍ରତ୍ୟାହାର କରାଯାଉ l ଶ୍ରମିକ ମାନଙ୍କ ପାଇଁ ଥିବା ପୃର୍ବ ଆଇନକୁ କାର୍ଯ୍ୟକାରୀ କରାଯାଉ | ଚାଷୀମାନଙ୍କ ହିତ ପାଇଁ ବୃତଙ୍ଗ ଜଳସେଚନ ଯୋଜନାକୁ କାର୍ଯ୍ୟକାରୀ କରାଯାଉ | ନୟାଗଡ ସମବାୟ ଚିନିକଳ ପୁଣି ଚାଲୁ କରାଯାଉ | ପରିବା ଚାଷୀମାନଙ୍କ ପାଇଁ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ l ସରକାର ଦାବି ପୂରଣ ନ କରିଲେ ଆଗାମୀ 27 ତାରିଖରେ ଆମେ ସାରା ଭାରତ ବନ୍ଦର ଡାକରା ଦେଉଛୁ l
ନୟାଗଡ କୃଷକ ମହାସଙ୍ଘର ସଭାପତି ଶ୍ରୀ ଗୋଲା ମୁଦୁଲି କହିଛନ୍ତି ” ସରକାର ଶ୍ରମିକମାନଙ୍କ ପ୍ରତି ଶୋଷଣ ମନବୃତ୍ତି ରଖିଛନ୍ତି | ପ୍ରଶାସନ ଶ୍ରମିକମାନଙ୍କୁ ସେମାଙ୍କର ସୁବିଧା ଦେବା ପାଇଁ ଲାଞ୍ଚ ମିଛର ସାହାରା ନେଉଛନ୍ତି | ତାହା ବନ୍ଦ କରନ୍ତୁ l ସାରର ଯେଉଁ କଳାବଜାର ଏଠି ଚାଲିଛି, ସେଥିପାଇଁ ଆମେ କେତୋଟି ସ୍କ୍ୱାର୍ଡ ଗଠନ କରି ଏହା କୁ ଅନୁଧ୍ୟାନ କରିବୁ | ” ଏହା ଉପରେ ବିହିତ ପଦକ୍ଷେପ ନେବୁ ବୋଲି ଘୋଷଣା କରିଥିଲେ l
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …