ନୟାଗଡ ଜିଲ୍ଲାରେ ଆଇନ ସେବା ପ୍ରାଧିକରଣ ତରଫରୁ 'ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ' ପାଳିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ ଜିଲ୍ଲାରେ ଆଇନ ସେବା ପ୍ରାଧିକରଣ ତରଫରୁ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳିତ |

Nayagarh district celebrates 'International Day of Diversity' on behalf of the Legal Services Authority.
Spread the love
ADVERTISEMENT
ADVERTISEMENT

ନୟାଗଡ ଜିଲ୍ଲାରେ ଆଇନ ସେବା ପ୍ରାଧିକରଣ ତରଫରୁ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳିତ |

ନୟାଗଡ଼ : 03/12/2022(ବ୍ୟୁରୋ ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ , ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ ‘ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ସମ୍ପାଦକ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ମୁଖ୍ୟ ଅତିଥିରୂପେ ଯୋଗଦେଇ ଥିଲେ। ସେବାର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ADVERTISEMENT

ଅନ୍ୟ ଅତିଥି ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଓ ସେବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର। ଯୋଗଦେଇଥିଲେ। ମାନସିକ ଅନଗ୍ରସର ଶିଶୁମାନେ ଏହି ସମାଜରେ ସମାନ ଭାବେ ବଞ୍ଚିବାର ଅଧିକାର ରହିଥିବା କଥା ଶ୍ରୀମତି ରଞ୍ଜୁଳତା ଲେଙ୍କା ବୁଝାଇ ଥିଲେ। ଭିନ୍ନକ୍ଷମ ଶିଶୁ ମାନେ ଅକ୍ଷମ ନୁହନ୍ତି ସେମାନେ ଅନ୍ୟ ଭାବରେ ଅକ୍ଷମ ବୋଲି ଶ୍ରୀ ସଞ୍ଜୟ କୁମାର ସୁବୁଦ୍ଧି ମତ ଦେଇଥିଲେ।

ଉକ୍ତ କାର୍ଯକ୍ରମ ରେ ସେବା ର କର୍ମୀ ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ଆଶୀର୍ବାଦ ଚୌଧୁରୀ, ସୌମ୍ୟ ରଂଜନ ପଣ୍ଡା ଓ ସଗରିକା ସାହୁ ସହଯୋଗ କରିଥିଲେ । ସଂପୂର୍ଣ୍ଣ କାର୍ଯକ୍ରମ ଟି ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: