NK NEWS ODISHA

News agency Odisha

ଗଣିଆ ପ୍ରେସ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ।

National Press Day is celebrated on behalf of the Gania Press Club.
Spread the love

ଗଣିଆ ପ୍ରେସ କ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ।

ନୟାଗଡ଼ :16/11/2021(ବ୍ୟୁରୋ): ନୟାଗଡ଼ ଜିଲ୍ଲା ଗଣିଆ ପ୍ରେସ କ୍ଳବ ତରଫରୁ ସ୍ଥାନୀୟ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତି ମହାବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ପ୍ରେସକ୍ଳବର ସଭାପତି ଦେବୀପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମନ୍ତରାୟ ମହାବିଦ୍ୟାଳୟର ଅଧକ୍ଷ ଝାଡଶ୍ୱର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କେମିଷ୍ଟ୍ରି ଏଚୋଡି ସୋମନାଥ ମହାନ୍ତି ଓ ପ୍ରେସକ୍ଲବର ସମ୍ପାଦକ ବିଶ୍ୱରଞ୍ଜନ ସେଠୀ ମଞ୍ଚାସିନ ଥିଲେ ।ଯୁଲୋଜି ଅଧ୍ୟାପକ ଉମାକାନ୍ତ ବେହେରା ଓ ଓଡ଼ିଆ ବିଭାଗର ଅଧ୍ୟାପକ ଜିତେନ କୁମାର ପଣ୍ଡା ଏହି କାଯ୍ୟକ୍ରମକୁ ସହଯୋଗ କରିଥିଲେ। ପ୍ରେସ କ୍ଳବର ଉପସଭାପତି କୈଳାଶ ଚନ୍ଦ୍ର ସାହୁ ,ସହ ସମ୍ପାଦକ ସୁରେଶ କୁମାର ସାହୁ , କୋଷାଧ୍ୟକ୍ଷ ସମୀର କୁମାର ବେହେରା , ଉପଦେଷ୍ଟା ବ୍ରଜକିଶୋର ସାହୁ ଓ ପ୍ରସନ୍ନ କୁମାର ସାହୁ ଓ ସଭ୍ୟ ଭାବେ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ,ବିଜୟାନନ୍ଦ ତରାଇ , ରଞ୍ଜନ କୁମାର ଦାସ ,ବିଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇ କାଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ସର୍ବପ୍ରଥମେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଣିଗ୍ରାହୀ ଜଗତରନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟାର୍ପଣ କରିଥିଲେ ପରେ ମହାବିଦ୍ୟାଳୟର ଅଧକ୍ଷଙ୍କ ଦ୍ୱାରା ପ୍ରେସ କ୍ଲବର ସମସ୍ତ ସଭ୍ୟ ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଣିଗ୍ରାହୀ ସମାଜରେ ସାମ୍ବାଦିକଙ୍କ ଭୂମିକା ଓ ଗୁରୁତ୍ୱ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ଆଇନ, ସାମ୍ବାଦିକଙ୍କୁ ବୀମା ସୁରକ୍ଷା, ସରକାର ସାମ୍ବାଦିକଙ୍କୁ ମାସିକ ଦରମା ଦେବାକୁ ଦାବି କରିବା, ସାମ୍ବାଦିକ ଏକତା ବଜାୟ ରଖିବାକୁ ଆହ୍ୱାନ ଦେବା ସହ ସାମ୍ବାଦିକ ଭବନର ନିହାତି ଆବଶ୍ୟକ ବୋଲି କହିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ l

ଏହି ଅବସରରେ ପ୍ରେସ କ୍ଳବର ସଭାପତି ଦେବୀପ୍ରସାଦ ଦାଶ ଓ ସମ୍ପାଦକ ବିଶ୍ୱରଞ୍ଜନ ସେଠୀ ଜାତୀୟ ପ୍ରେସ ଦିବସର ମୁଖ୍ୟ ଉଦେଶ୍ୟ ଓ ସାମ୍ବାଦିକଙ୍କ କର୍ତ୍ତବ୍ୟ ଉପରେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଉକ୍ତ କାଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ପ୍ରେସ କ୍ଳବର ବରିଷ୍ଠ ସଦସ୍ୟ ସମୀର କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

%d