NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହରେ ଜୀବନଜ୍ୟୋତିଙ୍କ ମୃତ୍ୟୁ ପ୍ରସଙ୍ଗ….

Murder or suicide? Suspicion of the death of Jibanjyoti ....
Spread the love
ADVERTISEMENT

ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହରେ ଜୀବନଜ୍ୟୋତିଙ୍କ ମୃତ୍ୟୁ ପ୍ରସଙ୍ଗ….

ଦଶପଲ୍ଲା :12/05/2022 : ଜୀବନଯୁଦ୍ଧରେ ହାରିଗଲେ, ନୟାଗଡ଼ ଜିଲ୍ଲା ଗଣିଆଁ ବ୍ଲକ୍ ଜଗନ୍ନାଥ ପ୍ରସାଦ ଗ୍ରାମର ସୁଦର୍ଶନ ଶତପଥୀଙ୍କ ଶିକ୍ଷିତ ପୁଅ ଜୀବନଜ୍ୟୋତି ଶତପଥୀ । ସେ ଅତି ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ | ପିତା ସୁଦର୍ଶନ ଏକ ସାଇକେଲ ମରାମତି ଦୋକାନ କରି ତାଙ୍କୁ ବିଏସସି ନର୍ସିଂ ପାଠ ପଢାଇଥିଲେ । ସେ ଏହି ଶିକ୍ଷା ସମାପ୍ତ କଲାପରେ କଲିକତାର ଆପୋଲୋ ହସ୍ପିଟାଲରେ ନର୍ସିଂ ଅଫିସର ଭାବେ କାର୍ଯ୍ୟକରୁଥିଲେ |

ସୂଚନା ଅନୁସାରେ ସେ ନର୍ସିଂ ପାଠ୍ୟକ୍ରମର ସର୍ବଭାରତୀୟ ସ୍ତରର ୧୧ ଟି ପରିକ୍ଷାରେ କୃତକାର୍ଯ୍ୟ ହୋଇ ପଦୋନ୍ନତି ମଧ୍ୟ ଲାଭ କରିଛନ୍ତି । ନିକଟ ଭବିଷ୍ୟତରେ ସେ ଉଚ୍ଚତ୍ତର ଶିକ୍ଷାପାଇଁ ବିଦେଶ ଯିବାର ଯୋଜନା ମଧ୍ୟ ରଖିଥିଲେ |

ଗତ ୩ ତା ରିଖ ରାତି କିମ୍ବା ୪ ତାରିଖ ସକାଳେ, ସେ ବେଲାଘାଟ୍ ଅଂଚଳରେ ,ରହୁଥିବା ଘରେ ଆତ୍ମହତ୍ୟା କରିଥିବା କୋଲକତା ପୋଲିସ କହିଛି । କିନ୍ତୁ ସଂଘର୍ଷମୟ ଜୀବନ ଓ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ସଫଳତାର ଉଚ୍ଚତ୍ତର ଶିଖରରେ ପହଞ୍ଚିଥିବା ଜଣେ ଉଚ୍ଚଶିକ୍ଷିତ ଯୁବକ କାହିଁକି ବା ଆତ୍ମହତ୍ୟା କରିବ ? ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ପରିବାରକୁ । ଗତ ୩ ତାରିଖ ରାତିରେ ଜୀବନଜ୍ୟୋତି ତାଙ୍କ ମାମୁଙ୍କ ସହିତ ସ୍ବଭାବିକ୍ ଭାବରେ କଥାବାର୍ତ୍ତା ହୋଇ, ଘରକୁ ଫ୍ରିଜ୍ ଆଣିବାପାଇଁ ୨୦ ୦୦୦ ଟଙ୍କା ପଠାଇଥିଲେ | କିଭଳି ଓ କାହିଁକି ସେ ଆତ୍ମହତ୍ୟା କଲେ ତାହା ବୁଝିହେଉନାହିଁ ।

ପ୍ରମାଣଯୋଗ୍ୟ ତଥ୍ୟ ଅନୁଯାୟୀ, ଜଣେବ୍ୟକ୍ତି ଅତି କମ୍ ଉଚ୍ଚତା ବିଶିଷ୍ଟ ଝରକା ରେଲିଂଗରେ , ତଳେ ଗୋଡ଼ ଲାଗିଥିବା ସତ୍ବେ , ରସିଦେଇ କେମିତି ବା ଆତ୍ମହତ୍ୟା କରିବ ? ଏଥିରୁ ପରିବାର ଲୋକମାନେ ସନ୍ଦେହ କରୁଛନ୍ତି ଯେ, ଜୀବନଜ୍ୟୋତି ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି |

ଆଜି ନବମକ୍ରୀୟା ଅବସରରେ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ, ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ସଂଗେ ସଂଗେ, ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବୃଦ୍ଧ ପିତାମାତା ଓ ନିକଟ ସମ୍ପର୍କିୟ ମାନେ ଗଣମାଧ୍ୟମ ମାଧ୍ୟମରେ ଦାବୀ କରିଛନ୍ତି ।

ADVERTISEMENT
ADVERTISEMENT
%d bloggers like this: