NK NEWS ODISHA

News agency Odisha

ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ

Multilingual poetry recitation on Diwali
Spread the love

ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ

କଲକାତା : 04/11/221(ରିପୋର୍ଟ : ସନାତନ ମହାକୁଡ଼): ଦୀପାବଳିର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁ ଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା ‘ଶ୍ରେୟସୀ’ ପକ୍ଷରୁ ଆୟୋଜିତ ଏଇ ଅନୁଷ୍ଠାନରେ ବହୁ ଭାଷୀ କବିମାନଙ୍କ ସମାଗମ ହୋଇଥିଲା । ପ୍ରତିବେଶୀ ଦେଶ ବାଂଲାଦେଶରୁ ଉପସ୍ଥିତ ଥିଲେ ବରେଣ୍ୟ କବି ରାନା ଜ଼ାମାନ । ଓଡ଼ିଆ ଭାଷାରେ କବିତା ପାଠ କରିଥିଲେ ଭଦ୍ରକରୁ ସୌଭାଗ୍ୟ କୁମାର ମଲ୍ଲିକ ,କଲିକତାରୁ ଯୋଗ ଗୁରୁ ଏବଂ ଅନୁବାଦକ ସନାତନ ମହାକୁଡ଼ ,ଝାରସୁଗୁଡ଼ାରୁ ଅଧ୍ୟାପକ ବୃନ୍ଦାବନ ନାହାକ ପ୍ରମୁଖ ।

ବଙ୍ଗଳା କବିତା ପାଠ କରିଥିଲେ ,ପ୍ରଣବ କୁମାର ଭଟାଚାର୍ୟ୍ଯ , ଡ଼ ବିଶ୍ୱବ୍ରତ ମହାକୁଡ଼,କୃଷ୍ନା ପାଲ ,ପଦ୍ମଲୋଚନ କରଣ ,ଦେବାଶିଷ ସରଖେଳ ,ପଲ୍ଲବୀ ଦାସ ଏବଂ ମନନ ସାହିତ୍ୟ ପତ୍ରିକାର ସମ୍ପାଦକ ଡ଼ଃ ଅଲୋକ ନାଥ ମିଶ୍ର । ଉଭୟ ଇଂରାଜୀ ଓ ବଙ୍ଗଳା ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ ନିତାଇ ମୃଧା ।

ଏହି ଅଧ୍ୟାୟରେ ପ୍ରଥମ କରି ଯୋଡି ହୋଇଥିଲେ ଦୁଇ ବଙ୍ଗୀୟ କବି ଦେବ କୁମାର ମୁଖାର୍ଜୀ ଓ ଦୀପଙ୍କର ସରକାର । ଡ଼ଃ ଗଗନ ଚନ୍ଦ୍ର ଦେଙ୍କ ସଂସ୍କୃତ କବିତା ଅନୁଷ୍ଠାନର ଶ୍ରୀବୃଦ୍ଧି କରିପାରି ଥିଲା । ଛତିଶଗଡ଼ ରୁ ହିନ୍ଦୀ ଭାଷାରେ ବ୍ୟଙ୍ଗ କବିତା ପାଠ କରିଥିଲେ ବିଶିଷ୍ଟ କବି ଗୋବିନ୍ଦ ପାଲ ଏବଂ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ଏଇ ଅନୁଷ୍ଠାନକୁ ଯୌଥ ସଞ୍ଚାଳନା କରିଥିଲେ ସମ୍ପାଦକ ବରୁଣ କୁମାର ଦାସ ଏବଂ ଧାମରା ବନ୍ଦରର ଡେପୁଟି ମ୍ୟାନେଜର ସୌଭାଗ୍ୟ କୁମାର ମଲ୍ଲିକ । ଉକ୍ତ ଅନୁଷ୍ଠାନଟି ବହୁ ସାହିତ୍ୟ ପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

%d