ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ

Motorcyclist killed in tragic road accident
Spread the love
ADVERTISEMENT
ADVERTISEMENT
ADVERTISEMENT

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଦଶପଲ୍ଲା : 25/12/2021: ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ପଥରପୁଞ୍ଜାଠାରେ ଗତକାଲିରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବାଣୀଗୋଛା ଥାନା ଅଧୀନସ୍ଥ ଜାମୁସାହି ଗ୍ରାମର ବୀରେନ୍ଦ୍ର କୁମାର ସାହୁ ( ଛବି ) ୪୦ ବର୍ଷ , ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ବୀରେନ୍ଦ୍ର ଦଶପଲ୍ଲାରୁ କାମ ସାରି ଘରକୁ ଫେରୁଥିବା ସମୟରେ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ମିନିଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ଗାଡ଼ିଟି ଫେରାର୍ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି |

ADVERTISEMENT

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ସହ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସ୍ବର୍ଗତ ସାହୁ ଦଶପଲ୍ଲା ଅଂଚଳର ଜଣେ ମିଷ୍ଟଭାଷୀ, ପରୋପକାରୀ,ଲୋକପ୍ରିୟ ତଥା ପ୍ରକ୍ଷାତ ସୂପକାର (ରୋଷେୟା) ହୋଇଥିବାରୁ ତାକଂ ମୃତ୍ୟୁ ରେ ଦଶପଲ୍ଲା ପଶ୍ଚିମାଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୮ ଘଟିକା ସମୟରେ ସ୍ବର୍ଗତ ସାହୁକଂର ମୃତ ଶରୀରର ପୋଷ୍ଟ ମର୍ଟମ୍ ପରେ ପରିବାର କୁ ହସ୍ତାନ୍ତର କରାଯିବ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: