NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ଶାଶୂଘର ଲୋକେ !

Mother-in-law killed by dowry poisoning!
Spread the love
ADVERTISEMENT

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ଶାଶୂଘର ଲୋକେ !

କେନ୍ଦ୍ରାପଡ଼ା : 06/06/2022(ପ୍ରକାଶ କୁମାର ମଲ୍ଲିକ ): ବାହୁନି କାନ୍ଦୁଛି ମା, ଦେଖିବା ଲୋକର ଆଖିରେ ବି ଲୁହ ରହୁନି l ମଲା ଝିଅର ଫୋଟୋ କୁ ଦେଖି କୋହ ଫାଟି ଯାଉଛି ମା ର l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନୋଳସାହି ଗାଁ’ର ପ୍ରମୋଦ ଓଝାଙ୍କ ଝିଅ ରଶ୍ମିତା ଓଝା l ବାପ ମା’ଙ୍କର ଗୋଟିଏ ମାତ୍ର ଝିଅ ହୋଇଥିବାରୁ ବେଶ ଗେଲ୍ହାରେ ବଢ଼େଇ ଥିଲେ ବାପାମା l 2017 ମସିହା ରେ ନିକିରାଇ ପାଟଣା ଗାଁ ର ଜଗବନ୍ଧୁ ଓଝା ଙ୍କ ପୁଅ ସୌମ୍ୟ ରଞ୍ଜନ ଓଝାଙ୍କୁ ପ୍ରେମ ବିବାହ କରିଥିଲା ରଶ୍ମିତା l ପାଖା ପାଖି ଦେଢ଼ ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଠାକ ଥିଲା ହେଲେ ସତେ ଯେମିତି କଳା ବାଦଲ ଖେଳି ଗଲା ଭଳି ସବୁ କିଛି ଉଲଟ ପାଲଟ ହୋଇଗଲା ରଶ୍ମିତାଙ୍କ ଜୀବନରେ l

ଧୀରେ ଧୀରେ ନିଶା ଖାଇବା ଆରମ୍ଭ କରିଦେଲା ସ୍ୱାମୀ l ଆଉ ନିଶା ଖାଇ ଯୌତୁକ ଦାବି କରି ଅତ୍ୟାଚାର କରିଚାଲିଲା ନୃଶଂସ ସ୍ୱାମୀ ସୌମ୍ୟରଞ୍ଜନ l ଅତ୍ୟାଚାର ସହି ନପାରି ନିଜ ବାପ ଘରକୁ ପଲେଇ ଆସିଲା ରଶ୍ମିତା l ଏହା ପରେ ରଶ୍ମିତାଙ୍କ ଶଶୁର ଆସି ଗାଁ’ରୁ କିଛି ଭଦ୍ର ଲୋକଙ୍କୁ ବସାଇ ବୁଝା ସୁଝା କରି ପୁଣି ଘରକୁ ଫେରେଇ ନେଇଥିଲେ l କିନ୍ତୁ ଥରେ ନୁହେଁ ଏଭଳି ଘଟଣା ବାରମ୍ବାର ଘଟୁଥିଲା l

ଗତ 31 ତାରିଖ ରେ ଝିଅ ଘରକୁ ଫୋନ ଆସିଲା ଯେ ରଶ୍ମିତା ବିଷ ଖାଇ ଦେଇଛି ପରିବାର ପକ୍ଷରୁ ମେଡିକାଲରେ ପହଁଚି ଦେଖିଲା ବେଳକୁ ଝିଅ କଟକ ବଡ ମେଡିକାଲ ରେ ଆଡିମିଶନ ହୋଇଛି ରଶ୍ମିତା l ସବୁଠୁ ବଡ କଥା ହେଲା ଝିଅକୁ ମେଡିକାଲ ମେଡିକାଲରେ ପକେଇ ଦେଇ ଶାଶୂଘର ଲୋକେ ଫେରାର ହୋଇଯାଇଛନ୍ତି l ଝିଅ ଭାଉଜ ଅଭିଯୋଗ କରିଛନ୍ତି ଯେ ଆମେ ଝିଅ ଠାରୁ ପଚାରି ବୁଝିଲୁ ଯେ ତାକୁ ଯୋର ଜବରଦସ୍ତ ବିଷ ଖୁଆଇ ଦେଇଛନ୍ତି l ଠିକ ଏହାର କିଛିସମୟ ପରେ ଝିଅ ସବୁଦିନ ପାଇଁ ଆଖିବୁଜି ଦେଇଥିଲl l

ଏହା ପରେ ଝିଅ ପରିବାର ପକ୍ଷରୁ ନିକିରାଇ ଥାନାରେ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି ଳ ଅଭିଯୋଗ କୁ 6 ଦିନ ବିତି ଯାଇଥିଲେ ବି ହାତ ବାନ୍ଧି ବସିଛି ନିକିରାଇ ପୋଲିସ l
ଅନ୍ୟ ପକ୍ଷରେ ଦୋଷୀଙ୍କୁ ଖୁବ ଶୀଘ୍ର ଧରିବ ବୋଲି କହିଛନ୍ତି ଥାନା ଅଧିକାରିଣୀ l

ତେବେ ଆଗକୁ ଦେଖିବାକୁ ବାକି ରହିଲl ମୃତ ରଶ୍ମିତାଙ୍କ ପରିବାର କୁ କେବେ ମିଳୁଛି ନ୍ୟାୟ? କେବେ ହେଉଛି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ? କଣ ହଉଛି କାର୍ଯ୍ୟାନୁଷ୍ଠାନ?

ADVERTISEMENT
ADVERTISEMENT
%d bloggers like this: