ପଞ୍ଚାୟତରୁ ଚୋରି ହେଲା ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହିତାଧିକାରୀଙ୍କ ଭତ୍ତା ଟଙ୍କା - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପଞ୍ଚାୟତରୁ ଚୋରି ହେଲା ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହିତାଧିକାରୀଙ୍କ ଭତ୍ତା ଟଙ୍କା

More than a million rupees were stolen from the panchayat
Spread the love
ADVERTISEMENT
ADVERTISEMENT

ପଞ୍ଚାୟତରୁ ଚୋରି ହେଲା ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହିତାଧିକାରୀଙ୍କ ଭତ୍ତା ଟଙ୍କା

କଟକ: 02/12/2021(ରିପୋର୍ଟ: ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗ ଗ୍ରାମପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ମଣିଜଙ୍ଗ ପଞ୍ଚାୟତ ଅଫିସରୁ ଏକ ବଡ଼ ଧରଣ ଚୋରି ହୋଇଯାଇଛି। ପଞ୍ଚାୟତରେ ଭତ୍ତାଟଙ୍କା ବଣ୍ଟନ ନିମନ୍ତେ ରଖାଯାଇଥିବା ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାକୁ ଚୋରମାନେ ନେଇଯିବା ସହିତ ପଞ୍ଚାୟତରେ ଲାଗିଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଏଲ୍ସିଡି ଟିଭି, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ପଞ୍ଚାୟତର ସୁରକ୍ଷା ନିମନ୍ତେ ଲାଗିଥିବା CCTV କ୍ୟାମେରା ଓ ତଥ୍ୟ ରଖୁଥିବା ହାର୍ଡଡିକ୍ସି ଭାଙ୍ଗି ନେଇଥିବା ଭଳି ଅନେକ ସାମଗ୍ରୀ ଚୋରି ହୋଇଥିବାର ଦେଖିବାକୁ ମିଳିଛି। ଆଜି ସକାଳୁ ଖବରପାଇ କିଶନଗର ଥାନା ଅଧିକାରୀ ଓ ସାଇଣ୍ଟିଫ୍ରିକ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ବ କରିଛନ୍ତି |

ADVERTISEMENT

ଅପର ପକ୍ଷେ ଏଅଞ୍ଚଳରେ କ୍ରମା ଗତ ଭାବେ ଚୋରି ହେଇ ଆସୁଥିବା ବେଳେ ମଣିଜଙ୍ଗ ସରପଞ୍ଚ କୌଣସି ସୁରକ୍ଷା ବ୍ୟବସ୍ଥା ନରଖି ହିତାଧିକାରୀମାନଙ୍କ ପାଇଁ ଆସିଥିବା ଭତ୍ତାଟଙ୍କାକୁ କିଭଳି ଭାବେ ପଞ୍ଚାୟତ ଅଫିସରେ ରଖିଦେଇ ନିଶ୍ଚିନ୍ତରେ ରହୁଥିଲେ ,ଏହି କଥା ଏବେ ସାଧାରଣରେ ପ୍ରଶ୍ନବାଚୀବା ସୃଷ୍ଟି କରିଛି। ଏ ନେଇ ଆମ ପ୍ରତିନିଧି ପଞ୍ଚାୟତ ନିର୍ବାହୀ ଅଧିକାରିଙ୍କ ମତାମତ ନେବାରୁ ସେ କହିଛନ୍ତି ଭତ୍ତା ଟଙ୍କା ବଣ୍ଟା ହେବାର କୋୖଣସି ତାରିଖ ବା ସମୟ ନଥାଏ। ମୁଁ ଏବିଷୟରେ କିଛି ଜାଣିନାହିଁ ଏ ସମସ୍ତ ତଥ୍ୟ ସରପଞ୍ଚଙ୍କୁ ପଚାରନ୍ତୁ ବୋଲି ମତ ଦେଇଥିଲେ।

ସାଧାରଣତତଃ ପ୍ରତି ମାସରେ ଭତ୍ତାଟଙ୍କା ହିତାଧିକାରୀମାନଙ୍କୁ ମାସର 20 ତାରିଖରୁ 25 ତାରିଖ ଭିତରେ ବଣ୍ଟାଯାଉଥିବାବେଳେ କ’ଣପାଇଁ ମଣିଜଙ୍ଗ ପଞ୍ଚାୟତରେ ଭତ୍ତା ଟଙ୍କାକୁ ହିତାଧିକାରୀଙ୍କୁ ବଣ୍ଟା ନଯାଇ ପଞ୍ଚାୟତ ଅଫିସ୍ ରେ ରଖାଯାଇଥିଲା ଏହାକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଇ ଚୋରି ଘଟଣା, 24ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଶନଗର ଥାନାରେ ପଞ୍ଚାୟତ ତରଫରୁ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା କେବେ ଧରା ହେବ ଅସଲ ଚୋର।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: