NK NEWS ODISHA

News agency Odisha

ଦଶପଲ୍ଲା ବ୍ଲକ ସାକେଣି ଗ୍ରାମରେ ରକ୍ତଦାନ ଶିବିର ଉଦଘାଟନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା |

MLA Ramesh Chandra Behera inaugurated a blood donation camp in Sakeni village in Dasapalla block
Spread the love

ଦଶପଲ୍ଲା ବ୍ଲକ ସାକେଣି ଗ୍ରାମରେ ରକ୍ତଦାନ ଶିବିର ଉଦଘାଟନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା |

ଦଶପଲ୍ଲା : 17/10/2021 (ରିପୋର୍ଟ: ପ୍ରକାଶ କୁମାର ନାୟକ ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଆଦିବାସୀ ବହୁଳ ଭାବେ ବେଶ ପରିଚିତ l ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତର ସାକେଣୀ ଗ୍ରାମଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ ଶିବିରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ , ପୂର୍ବତନ ବ୍ଲକ ଅଧକ୍ଷ ଉପେନ୍ଦ୍ର ସାହୁ ଏବଂ ପୂର୍ବତନ ସରପଞ୍ଚ କୃପାସିନ୍ଧୁ ପ୍ରଧାନ ଯୋଗ ଦେଇ ସାକେଣୀ ଗ୍ରାମରେ ପ୍ରଭୁ ଶନିଦେବଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଥିଲେ |

କରୋନା ମହାମାରୀରୁ ଦୁରେଇ ରହିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ | ସାକେଣୀ ଗ୍ରାମର ମାଆ ବ୍ୟାଘ୍ରଦେବୀ ଯୁବକ ସଂଘ ପକ୍ଷରୁ ସଂଘ ପରିଚାଳକ ସଂଜୀବ କୁମାର ସାହୁଙ୍କ ଉଦ୍ୟମରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ସ୍ଥାନୀୟ ଲୋକଙ୍କ ସମସ୍ୟା କଥା ମଧ୍ୟ ବୁଝିଥିଲେ l ଏହି ସବୁ କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଅଞ୍ଚଳରେ ବିଧାୟକଙ୍କ ପ୍ରତି ପ୍ରଶଂସାର ଲହରୀ ଖେଳି ଯାଇଛି l

%d