ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚିନ୍ତକୋଇଲିର ବିଭିନ୍ନ ସ୍ଥାନରେ କଲେ ନୂତନ ପ୍ରକଳ୍ପର ମାରାଥନ ସମୀକ୍ଷା |
ନିଶ୍ଚିନ୍ତକୋଇଲି : 28/08/2021(ରିପୋର୍ଟ ଅକ୍ଷୟ କୁମାର ସିଂହ): ସ୍ଥାନୀୟ ବ୍ଲକ ଅଧକ୍ଷ ସବିତା ଓଝା ଓ ଅଶୋକ ଓଝାଙ୍କ ସହଯୋଗ କ୍ରମେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ୍ରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିଜ ଦ୍ୱାରା କଳ୍ପିତ ବିଭିନ୍ନ ଜନହିତକାରି ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ସମୀକ୍ଷା କରିଛନ୍ତି । ନୂତନ ମେଡିକାଲ୍ ର ଶୁଭ ଶିଳାନ୍ୟାସ କରିବା ସହ ସେହି ଅଞ୍ଚଳରେ ଏକ ପୋଖରୀର ପୁନରୁଦ୍ଧାର, ନିଶ୍ଚିନ୍ତକୋଇଲି ପି ପି କଲେଜର ନୂତନ ଖେଳ ପଡିଆ ନିର୍ମାଣ ,ନୂତନ ବିଲଡିଂର ସମୀକ୍ଷା, ପଶୁ ଚିକିତ୍ସା କେନ୍ଦ୍ରର ସମୀକ୍ଷା, କଟିକଟା ବଜାରରେ ଏକ ହନୁମାନ ମନ୍ଦିର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକଟ ପ୍ରକଳ୍ପ ସହ କଟକ ଜିଲ୍ଲାର ବୃହତ୍ ତଥା ୧ କୋଟି ୨୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିଶ୍ଚିନ୍ତକୋଇଲି ମଡେଲ ସାପ୍ତାହିକ ହାଟର ସମୀକ୍ଷା ମନ୍ତ୍ରୀ ଶ୍ରୀ ଜେନା କରିଥିଲେ |
ଏହି ହାଟ ଅକ୍ଟୋବର ସୁଦ୍ଧା ଶେଷ ହୋଇ ଲୋକାର୍ପିତ ହେବ ଏବଂ ଏହି ହାଟ ମାଧ୍ୟମରେ ବହୁ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ | ନିଶ୍ଚିନ୍ତକୋଇଲି ବ୍ଲକରେ ପଂଚାୟତରାଜ ମନ୍ତ୍ରୀ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ନିଶ୍ଚିନ୍ତକୋଇଲିବାସୀ କୃତଜ୍ଞତା ସହ ସାଧୁବାଦ୍ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ଵାଳ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ଯୁବନେତା ଅଶୋକ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡିଶାରେ ନିର୍ବାଚନ ଏବଂ ରାଜନୈତିକ ଧାରା: ଭବିଷ୍ୟତ କ’ଣ?
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |