ରଘୁନାଥ ହସକ୍ଳବର ସଦସ୍ୟମାନେ କଲେ ଶ୍ରୀରଘୁନାଥ ମନ୍ଦିରର ସଫେଇ କାର୍ଯ୍ୟ |
ଓଡଗାଁ :31/10/2021(ରିପୋର୍ଟ: ସନାତନ ମହାକୁଡ଼): ଆଜି ଓଡଗାଁର ରଘୁନାଥ ହସକ୍ଳବ ଶ୍ରୀ ରଘୁନାଥ ମନ୍ଦିର ବେଢ଼ା, ଗର୍ଭଗୃହ,ପାର୍ଶ୍ବଦେବତା ଓ ରୋଷଗୃହ ଇତ୍ୟାଦିର ସଫେଇ କାର୍ଯ୍ୟ କରିଛି | କ୍ଳବ୍ ର ସଭାପତି ବସନ୍ତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ ।
ପ୍ରଥମେ ଉପସ୍ଥିତ ସଭ୍ୟ ମାନେ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ଏବଂ ଶହୀଦ ହୋଇଥିବା ସୈନିକ ମାନଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ | ପ୍ରଭୁ ଶ୍ରୀ ରଘୁନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଉକ୍ତ ସଫେଇ କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର,ସହଯୋଗୀ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ସହଯୋଗୀ, ହସକ୍ଳବର ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଅର୍ଜୁନ ବିଶ୍ୱାଳ,ହାସ୍ୟରଥୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ନୃସିଂହ ଚରଣ ସାହୁ, ସୋମନାଥ ସାହୁ, କିଶୋର ଚୌହାନ୍,ଚିତ୍ତରଞ୍ଜନ ମିଶ୍ର,ନେତ୍ରାନନ୍ଦ ସୁବୁଦ୍ଧି,ତ୍ରଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ଦାଶ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଜଗଦୀଶ ମିଶ୍ର,ପ୍ରହଲ୍ଲାଦ ପଣ୍ଡା, ସମ୍ବାରୀ ସାହୁ ପ୍ରମୁଖ ମୋଟ 62 ଜଣ ଉପସ୍ଥିତ ରହି ସଫେଇ କାର୍ଯ୍ୟ ରେ ସାମିଲ ହୋଇଥିଲେ।
ଆଜି ଭାବଗ୍ରାହୀ ମହାପାତ୍ର, ବନବିହାରୀ ପାତ୍ର,ତପନ ସ୍ୱାଇଁ ଓ ବିଜୟ ଚୌଧୁରୀ ହସକ୍ଳବରେ ନୂତନ ସଦସ୍ୟ ରୂପେ ଯୋଗଦେଇ ସଫେଇ କାର୍ଯ୍ୟ ରେ ସହଯୋଗ କରିଥିଲେ । ସାନିଟାଇଜର, ମାସ୍କ,ଗ୍ଳୋବ୍ସ,ବ୍ଳିଚିଂ ପାଉଡର,ଫିନାଇଲ୍,ସର୍ଫ ଝାଡୁ,ଇତ୍ୟାଦି ଆବଶ୍ୟକୀୟ ଜିନିଷ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମନ୍ଦିର କାର୍ଯ୍ୟାଳୟ ତରଫରୁ ଯୋଗାଇ ଦିଆଯାଇଥିଲା ।
ଦଣ୍ଡପାଣି ମହାନ୍ତି, ସପତ୍ନୀକ ବାଇଧର ସ୍ୱାଇଁ,ବେଣୁଧର ପଣ୍ଡା,ରଘୁନାଥ ଦାଶ ଓ ରଞ୍ଜନ କୁମାର ଦାଶ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ହସକ୍ଳବର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି:। ପରବର୍ତ୍ତୀ ସମୟରେ ହେମମାଳୀ ଠାକୁରାଣୀଙ୍କ ମନ୍ଦିର ସଫେଇ କରାଯିବା କଥା ହସକ୍ଳବର ସଭାପତି ସୂଚନା ପ୍ରଦାନ କରିଥିଲେ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …