ଗଣିଆରେ ଆୟୋଜିତ ହେଲା ମେଗା ଫ୍ରିଡମ୍ ରନ୍ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଗଣିଆରେ ଆୟୋଜିତ ହେଲା ମେଗା ଫ୍ରିଡମ୍ ରନ୍ |

Mega Freedom Run was held in Gania.
Spread the love
ADVERTISEMENT
ADVERTISEMENT
ADVERTISEMENT

ଗଣିଆରେ ଆୟୋଜିତ ହେଲା ମେଗା ଫ୍ରିଡମ୍ ରନ୍ |

ଗଣିଆ : 25/09/2021(ରିପୋର୍ଟ ମାନସ ରଞ୍ଜନ ଦାସ): ଗଣିଆରେ ମେଗା ଫ୍ରିଡମ୍ ରନ୍ ଆୟୋଜିତ ହୋଇଯାଇଛି |
ନେହେରୁ ଯୁବ କେନ୍ଦ୍ର,ନୟାଗଡ଼ ଓ ଶ୍ରୀ ଚୈତନ୍ୟ ଯୁବକ ସଂଘର ମିଳିତ ଉଦ୍ୟମରେ ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ଅବସର ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଗଣିଆ ବ୍ଲକର ଡ଼ଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ ମେଗା ଫ୍ରିଡମ୍ ରନ୍ ଆୟୋଜିତ ହୋଇ ଯାଇଅଛି।

ADVERTISEMENT

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ 96 ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଗିରିଶ ଚନ୍ଦ୍ର ମିଶ୍ର,ଅତିଥି ଭାବେ ଗଣିଆ ବ୍ଲକ ଓ ଖଣ୍ଡପଡ଼ା ବ୍ଲକର ଜାତୀୟ ଯୁବ ସ୍ଵେଚ୍ଛସେବୀ ଦେବବ୍ରତ ମିଶ୍ର ଓ ତୁଷାର ମଲ୍ଲିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମ୍ଵନ୍ଧରେ ଯୁବବର୍ଗଙ୍କୁ ଉଦବୋଧନ ଦେଇ ଥିଲେ।

ପରବର୍ତ୍ତୀ ମୁହୂର୍ତ୍ତରେ ଯୁବବର୍ଗମାନେ ଜନସଚେତନତା ନିମନ୍ତେ କଲେଜ ପରିସର ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଫିଟ୍ ରହିବା ପାଇଁ ବାର୍ତ୍ତା ପ୍ରଚାର କରିଥିଲେ | ଯୋଗ କରି ସୁସ୍ଥ ଓ ନୀରବ ରହିବା ପାଇଁ ଶପଥ ପାଠ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ଯୁବବର୍ଗଙ୍କୁ ଅଂଶଗ୍ରହଣକାରୀ ପ୍ରମାଣ ପତ୍ର ସହ ପରିଶେଷରେ ବିସ୍କୁଟ ଓ ଥଣ୍ଡାପାନୀୟ ପରିବେଷଣ କରା ଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀଚୈତନ୍ୟ ଯୁବକ ସଂଘ ର ସଭାପତି ପ୍ରିୟବ୍ରତ ମିଶ୍ର ଓ ଶୁଭାଶିଷ ମିଶ୍ର ସୁଚାରୁରୂପେ ସମ୍ପାଦନ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: