Story Highlights
•ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ 700ରୁ ଉର୍ଦ୍ଧ ମାସ୍କ ବଣ୍ଟନ କଲା “ଅନାନ୍ୟା ଫାଉଣ୍ଡେସନ ” !
•5000ରୁ ଅଧିକ ହାତ ତିଆରି କପଡା ମାସ୍କ ବଣ୍ଟନ କରିସାରିଲେଣି “ଅନାନ୍ୟା ଫାଉଣ୍ଡେସନର କର୍ମକର୍ତ୍ତା !
ନୟାଗଡ : 06/07/2021(ବ୍ୟୁରୋ): ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରେ 700ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରା ଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କରୋନା ଯୋଦ୍ଧା ତଥା ଦଶପଲ୍ଲା ଥାନାର ପୋଲିସ ଭାଈ ଭଉଣୀଙ୍କୁ ମାସ୍କ୍ ବଣ୍ଟନ କରା ଯାଇଥିଲା। ପରେ ପରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ ବଣ୍ଟନ ଓ କରୋନା ସଚେତନତା କରା ଯାଇଥିଲା। ସୂଚନାଯୋଗ୍ୟ ଯେ ଅନନ୍ୟା ଫାଉଣ୍ଡେସନ ଏ ପର୍ଯ୍ୟନ୍ତ 5,000ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରିସାରିଛି। ତାହା ପୁଣି ସର୍ଜିକାଲ୍ ନୁହେଁ, ହାତ ତିଆରି କପଡ଼ା ମାସ୍କ। ଯାହାକୁ ଅନନ୍ୟା ଫାଉଣ୍ଡେସନର ମହିଳା ଗୋଷ୍ଠୀ ସିଲେଇ ଜାରି ରଖିଛନ୍ତି। ଆଗକୁ ଏଭଳି ଜନ ହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।
More Stories
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଓଡଗାଁର ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତ