ବିଧାୟକଙ୍କ ଦ୍ୱାରା ମାକ୍ସ ବଣ୍ଟନ
ନିଶ୍ଚିନ୍ତକୋଇଲି : 17/07/2021(ରିପୋର୍ଟ : ଅକ୍ଷୟ ସିଂହ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ
ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ତାଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ତିଆରି ହୋଇଥିବା ମାସ୍କ ଆଜି ବାବୁଜଙ୍ଗ ଗ୍ରାମଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ଦିଆଯାଇଥିଲା । ଯାହାଦ୍ବାରା ବାବୁଜଙ୍ଗ ଗ୍ରାମପଞ୍ଚୟତର ପ୍ରତେକ ଘରେ ମାସ୍କ ପହଞ୍ଚିବା ସହିତ ଲୋକମାନେ କୋରୋନା ମହାମାରୀରୁ ବଞ୍ଚି ପାରିବେ।
ବିଧାୟକଙ୍କ ଦ୍ୱାରା ମାକ୍ସ ବଣ୍ଟନ pic.twitter.com/91yfMxdbyz
— Nayagarh khabar (@NayagarhK) July 17, 2021
ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ କଟକ ଜିଲ୍ଲା ବିଜୁଜନତା ଦଳର ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ବିଧାୟକଙ୍କ ପ୍ରତିନିଧି ରମେଶ ସ୍ୱାଇଁ, କଟକ ଜିଲ୍ଲା ବିଜୁଜନତା ଦଳର ଉପସଭାପତି ମନୋଜ ମହାନ୍ତି, ପୂର୍ବତନ ସରପଂଚ ସୁରେନ୍ଦ୍ର ନାଥ ଖୁଣ୍ଟିଆ, ପୂର୍ବତନ ସରପଂଚ ସ୍ଵାଧୀନ ଭୂୟାଁ, ଉତ୍ତରକୁଳ ସରପଂଚ ଦିଲିପ୍ ବିଶ୍ଵାଳ, ଯୁବ ନେତା ପ୍ରଭାଞ୍ଜନ ବେଉରା, ବିଜେଡ଼ି ନେତା ପ୍ରକାଶ ନାୟକ, ଅଭୟ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ।
ସେପଟେ ବିଧାୟକ ଙ୍କ ଏ ଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।
More Stories
ଆମକୁ ଟିକିଏ ସାହାଯ୍ୟ କରନ୍ତୁ…. !
ଶିକ୍ଷାର ଉନତି ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ |
ପଦ୍ମ ବନ ପୀଠ ସାଜିଲା ଶ୍ରୀକ୍ଷେତ୍ର !