NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହାପାଇଁ ? ଚାଷ ନାଁ ମାଛଚାଷ ?

Spread the love
ADVERTISEMENT

ମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହାପାଇଁ ?
ଚାଷ ନାଁ ମାଛଚାଷ ?

ନୟାଗଡ଼ : ( ନୟାଗଡ଼ ରୁ ନିଉଜ୍ ହେଡ୍ ରତ୍ନାକର ହୋତାକଂ ରିପୋର୍ଟ ) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମ ନିକଟରେ ଥିବା “ମହିଷା “କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ ? ଏହି ପ୍ରକଳ୍ପ ରେ ବର୍ଷା ଋତୁରେ ପାଣି ଗଛିତ ରଖାଯାଇ ,ଗ୍ରୀଷ୍ମ ଋତୁରେ ଚାଷୀ ମାନଙ୍କ ଚାଷକାର୍ଯ୍ୟ ରେ ସହାୟକ ହେବ ବୋଲି ନିର୍ମାଣ କରାଯାଇଥିଲା ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ସାକେଣୀ , ନୁଆ ସାହି, ମଶାବାଡି , ବାରିହାପିଟା, ପୋଇବାଡି ଆଦି ଗ୍ରାମ ସହିତ ଆଖପାଖ ବହୁ ଗ୍ରାମର ଚାଷୀ ପରିବାର ଉପକୃତ ହେଉଥିଲେ।

କିନ୍ତୁ ବର୍ତ୍ତମାନ ଖରାଦିନେ ଏହି ପ୍ରକଳ୍ପ ରେ ପାଣି ଟୋପାଏ ରହୁନାହିଁ । ନାମକୁ ମାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ । କିଛି ଦଲାଲ୍ ଙ୍କ ସହାୟତା ରେ ବିଭାଗୀୟ କତୃପକ୍ଷ ମାଛଚାଷ କରି ନିଜ ପକେଟ ଗରମ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଚାଷ ପଛେ ମରିଯାଉ , ବର୍ଷା ସମୟରେ ପାଣି ଖାଲି କରି ଆମେ ମାଲାମାଲ ହେବୁ । ଦଲାଲ୍ ମାନେ ବିଭାଗୀୟ କିଛି ଅଧିକାରୀ ମାନଙ୍କୁ ଧରି ମାଛ ଧରିବା ପାଇଁ ବର୍ଷା ଦିନେ ପ୍ରକଳ୍ପ ରୁ ପାଣି ଖାଲି କରୁଥିବାରୁ ଖରା ସମୟରେ ଚାଷୀମାନେ ପାଣି ଟୋପାଏ ପାଉନଥିବା ଅଭିଯୋଗ ହେଉଅଛି । ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଏହି ଘଟଣା ର ଉପଯୁକ୍ତ ତଦନ୍ତ କରି ପ୍ରକଳ୍ପ କୁ ନିଜର ସମ୍ପତ୍ତି ଭାବି ନେଇଥିବା ଦଲାଲ ଏବଂ ବିଭାଗୀୟ କିଛି କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପାଣିକୁ ଗଚ୍ଛିତ ରଖାଯିବାର ବ୍ୟବସ୍ଥା କରିବାପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନେ ଦାବି ଜଣାଇଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT
ADVERTISEMENT
%d bloggers like this: