ମହାଦେବ ସେନାର ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ନିର୍ବାଚିତ |
କେନ୍ଦ୍ରାପଡ଼ା-17/10/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର ସ୍ଥିତ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଆଇନଜୀବୀ ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ଜିଲ୍ଲା ସଭାପତି ଅନନ୍ତ କୁମାର ସାହୁ (କାଳିଆ )ଙ୍କୁ ସଭାପତି ଦାଇତ୍ୱ ଦିଆଯାଇଥିଲା |
ଡେରାବିଶ ବ୍ଲକ ସଭାପତି ଭାବେ ପ୍ରଦୀପ କୁମାର ରଥ, କେନ୍ଦ୍ରାପଡ଼ା ବ୍ଲକ ସଭାପତି ବଳରାମ ବେହେରା, ସଂଯୋଜକ ପ୍ରଫୁଲ୍ଲ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟା ରମେଶ ମଳିକ, ରାଜ୍ୟ ପ୍ରଚାର ମୁଖ୍ୟ ଅମୁଲ୍ୟ କୁମାର ରାଉତ ଓ ରାଜ୍ୟ ଉପଦେଷ୍ଟା ପ୍ରମୋଦ କୁମାର ମିଶ୍ରଙ୍କୁ ଚୟନ କରାଯାଇଥିଲା |
ଉକ୍ତ ବୈଠକରେ ମହାଦେବ ସେନାଙ୍କ ଉଦେଶ୍ୟ ସମ୍ପର୍କରେ ରାଜ୍ୟ ସମ୍ପାଦକ ଅଲେଖ ନାୟକ ପାଠ କରିଥିବା ବେଳେ ରାଜ୍ୟ ସଭାପତି ଦେବେଶ ଦାସ କାର୍ଯ୍ୟକ୍ରମର ମୁଖ୍ୟତା ସମ୍ପର୍କରେ ଆଲୋଚନ କରିଥିଲେ | ଆଗାମୀ ସମୟରେ ସାରା ରାଜ୍ୟରେ କିପରି ମହାଦେବ ସେନା ସକ୍ରିୟ ହୋଇପାରିବ ଓ ଗରିବ ଲୋକମାନଙ୍କୁ ନ୍ୟାୟ ଦେଇପାରିବେ ତାହାହିଁ ସେନାର ମୁଖ୍ୟ ଲକ୍ଷ ବୋଲି ସଭାରେ ଆଲୋଚନା ହୋଇଥିଲା |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …