NK NEWS ODISHA

News agency Odisha

ମନ୍ଦିର ଭଙ୍ଗlକୁ ବିରୋଧକଲେ ସ୍ଥାନୀୟ ଜନତା |

Spread the love

କଟକ : 06/08/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା କିଶନନଗର ଥାନା ରଟିଲ ପଂଚାୟତ ହରିପୁର ଗ୍ରାମ ମହାନଦୀ ପଠା ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ତଥା ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ପକ୍ଷରୁ ଏହି ମନ୍ଦିରର ବହୁ ଅଂଶ ମହାନଦୀ ପଠା ଭିତରକୁ ଥିବା ଦର୍ଶାଇ ଏହାକୁ ଭାଙ୍ଗିବା ପାଇଁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଥଲେ। ତେବେ ଏହି ନିର୍ଦ୍ଦେଶକୁ ବହୁ ପୂର୍ବରୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ଆସୁଥିଲେ। ତେବେ ଆଜି ସକାଳୁ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ହଜାର ହଜାର ଲୋକେ ପୋଲିସ ଫୋର୍ସ ଓ ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିତିରେ ବିରୋଧ କରିବା ପରେ ଉତ୍ତେଜନା ବଢିବାରୁ ଶେଷରେ କଟକ ଜିଲ୍ଲାପାଳ ନିଜେ ଆସି କ୍ଷେତ୍ର ପରିଦର୍ଶନ କରି ସାଧରାଣ ଜନତାଙ୍କ ସହ ଆଲୋଚନା କରିଥିଲେ।

ତେବେ ସ୍ଥାନୀୟ ଲୋକେ ମାନ୍ୟବର ଟ୍ରିବୁନାଲଙ୍କ ଏହି ନିର୍ଦ୍ଧେଶ ବିଷୟରେ ଅବଗତ ନଥିବା କଥା ଜାଣି ଉଚ୍ଛେଦ ବନ୍ଦ କରିଥିଲେ। ଏହି ବିଷୟ ଉପରେ ଆଲୋଚନା କରି ଏହାର ତର୍ଜମା କରିବା ପାଇଁ ସାଧାରଣ ଲୋକଙ୍କୁ ଆବେଦନ କରିବାକୁ 15ଦିନ ସମୟ ଦେବା ସହ ମାନ୍ୟବର କୋର୍ଟଙ୍କୁ ଅବଗତ କରି ପରବର୍ତ୍ତୀ ଶୁଣାଣି ନିର୍ଦ୍ଧେଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିବାରୁ ସାଧରାଣ ଲୋକେ ଶାନ୍ତ ପଡ଼ିଥିଲେ।

%d