NK NEWS ODISHA

News agency Odisha

ମା’ ସୁନାପ୍ରତିମା ବାନ୍ଦେରୀ ଠାକୁରାଣୀଙ୍କ ମନ୍ଦିର ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି |

Locals demand for road repairs to Maa Sunapratima Banderi Thakurani's temple.
Spread the love

ମା’ ସୁନାପ୍ରତିମା ବାନ୍ଦେରୀ ଠାକୁରାଣୀଙ୍କ ମନ୍ଦିର ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି |

ଦଶପଲ୍ଲା /କୁଜାମେଣ୍ଢୀ :11/11/2021 ( ରିପୋର୍ଟ -ପ୍ରକାଶ କୁମାର ନାୟକ ) : ନୟାଗଡ଼ ଜିଲ୍ଲା କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ କରଡ଼ିଗଡ଼ ଗ୍ରାମରେ ଝରଣା ଓ ନଦୀ ଘେରର ବୃକ୍ଷରାଜିରେ ପରିପୂର୍ଣ ଥିବା ଅଲୌକିକ ଶକ୍ତି ଦେବୀ ମା’ ସୁନାପ୍ରତିମା ବାନ୍ଦେରୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ l ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ଅଞ୍ଚଳର ଲୋକମାନେ ମା’ଙ୍କର ଚାରଟି ମୁଖ୍ୟ ପୂଜା ପାଳନ କରୁଛନ୍ତି | ଦଶହରା ପୂଜାକୁ ସ୍ୱତନ୍ତ୍ର ଶ୍ରେଷ୍ଠ ପୂଜା ଭାବେ ବେଶ ଯାକଜମକରେ ପାଳନ କରିଥାନ୍ତି l

କାର୍ତ୍ତିକ ମାସ ପୁଣ୍ୟତିଥି ପଞ୍ଚୁକ ସମୟରେ ମା’ଙ୍କ ମନ୍ଦିରରେ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ l ଭକ୍ତମାନେ ଆନନ୍ଦର ସହିତ ମଁl ଙ୍କ ଅଶେଷ କୃପାଲାଭ କରି ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମଁl ଙ୍କୁ ଦର୍ଶନ କରିବାକୁ ଏଠାକୁ ବହୁ ଦୂରରୁ ଛୁଟି ଆସନ୍ତି l

ଆର ଡି ରାସ୍ତା ମାଆ ସୁନାପ୍ରତିମାଙ୍କ ଗେଟ ରୁପାଝରି ଠାରୁ ଯଦି କରଡ଼ିଗଡ଼ ପର୍ଯ୍ୟନ୍ତ ଯାତାୟାତର ସୁବିଧା ହୁଅନ୍ତା ତେବେ ମାଆଙ୍କର ଦର୍ଶନ ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଦାବି ହେଉଛି l

%d